ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି 19ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ 120 ଜଣ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଜିଲ୍ଲା ଇନଡୋର ଷ୍ଟାଡିୟମ ଠାରେ ତିନି ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଓ ବୌଦ୍ଧ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ସହଯୋଗରେ ଏହି ଚାମ୍ପିୟନସିପ ଆୟୋଜନ କରାଯାଇଛି ।
ଏଥିରେ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ପ୍ରାୟ 120 ଜଣ ବଛା ବଛା ଖେଳାଳି ଭାଗ ନେଇଥିଲେ । ଏହାଛଡା ଜାତୀୟ ସ୍ତରରେ ଭାଗ ନେଇଥିବା ଅନେକ ବ୍ୟାଡମିଣ୍ଟନ ଖେଳାଳି ମଧ୍ୟ ଏଥିରେ ଭାଗ ନେଇଥିଲେ । ଖେଳାଳିଙ୍କୁ ଉତ୍ସାହିତ କରିବାକ ବୌଦ୍ଧ ଜିଲ୍ଲାପାଳ କୋର୍ଟରେ ଖେଳାଳିଙ୍କ ସହିତ ବ୍ୟାଡମିଣ୍ଟନ ଖେଳିଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଖେଳ ଓ ଖେଳାଳିଙ୍କ ବିକାଶ ନିମନ୍ତେ ସରକାର ସବୁବେଳେ ପ୍ରଚେଷ୍ଟା ଜାରି ରଖିଥିବା ସୂଚନା ଦେଇଥିଲେ । ଆଗାମି ଯୁବପୀଢି କିପରି ଉନ୍ନତ କ୍ରୀଡାବିତ ବାହାରି ପାରିବ ସେ ଦିଗରେ ପ୍ରାୟସ ଜାରି ରହିଥିବା କହିଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ।