ବୌଦ୍ଧ: ବିଧାନସଭା ଗୃହ କମିଟିର ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ । ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ । କୃଷି ବିଭାଗ ଓ ସମବାୟ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଗୃହ କମିଟି ।
ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ବିଧାନସଭା ଗୃହ କମିଟି । ବୁଧବାର ବରିଷ୍ଠ ବିଧାୟକ ତଥା ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ନେତୃତ୍ବରେ ଏହି କମିଟି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିଲେ । କମିଟି ବିଶେଷ ଭାବରେ ଧାନକ୍ରୟ, ସମବାୟ, ବୟନ ଶିଳ୍ପ, ସମବାୟ ଋଣ, ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କିତ ବିଭାଗର ସମୀକ୍ଷା କରିଥିଲେ । ଏହି କମିଟି କୃଷି ବିଭାଗର କାର୍ଯ୍ୟ ଓ ସମବାୟ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାଛଡା ଜିଲ୍ଲାରେ ମାପ ଓ ଓଜନ ବିଭାଗ ନିଷ୍କ୍ରିୟ ହେବା ସହ ବୈଠକକୁ ଆସିନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା ।