ଓଡିଶା

odisha

ବାନ୍ଧକଳାର ପ୍ରଚାର ପ୍ରସାର ଲକ୍ଷ୍ୟ, ବାନ୍ଧଶିଳ୍ପୀଙ୍କୁ ମିଳିଲା 1 କୋଟିର ସହାୟତା

By ETV Bharat Odisha Team

Published : Nov 11, 2023, 4:18 PM IST

ବାନ୍ଧକଳାର ବିକାଶ ପାଇଁ ଜାରି ରହିଛି ଉଦ୍ୟମ । ବୌଦ୍ଧର ୪୭୭ଟି ବାନ୍ଧଶିଳ୍ପୀ ପରିବାରକୁ ସହାୟତା ରାଶି ପ୍ରଦାନ। ଅଧିକ ପଢନ୍ତୁ

distributes assistance money to weavers
distributes assistance money to weavers

distributes assistance money to weavers

ବୌଦ୍ଧ: ବାନ୍ଧକଳାକୁ ନେଇ ପଶ୍ଚିମ ଓଡ଼ିଶାର ରହିଛି ସ୍ବତନ୍ତ୍ର ପରିଚୟ । ହାତରେ ତିଆରି ଗାମୁଛା ଠାରୁ ନେଇ ଶାଢ଼ୀର ଚାହିଦା ରାଜ୍ୟ ତଥା ଜାତୀୟ ସ୍ତରରେ ଏପରିକି ଆନ୍ତର୍ଜାତିକ ସ୍ତରରେ ରହିଛି । ଅବହେଳିତ ଅବସ୍ଥାରେ ରହିଯାଇଥିବା ଏଭଳି ବାନ୍ଧ କଳାକାର ପରିବାରକୁ ଚିହ୍ନଟ କରାଯାଇ ସହାୟତା ଯୋଗାଇ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ଜିଲ୍ଲାର ୪୭୭ଟି ପରିବାରକୁ ଏକ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।


ଏହା ମଧ୍ୟ ପଢନ୍ତୁ-GI ମାନ୍ୟତା ଅପେକ୍ଷାରେ ଡଙ୍ଗରିଆ ଜନଜାତିଙ୍କ ବାନ୍ଧକଳା, 7ଗାଁର ଶୋଭା ବଢ଼ାଉଛି କାପଡ଼ାଗୁନ୍ଦା ଚିତ୍ରକଳା

ପଶ୍ଚିମ ଓଡ଼ିଶାର ପ୍ରବେଶ ପଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ବାନ୍ଧ କଳା ଜାତୀୟ ସ୍ତରରେ ଖୁବ ଚାହିଦା ରହିଆସିଛି । ଗଡ଼ଜାତ ଶାସନ କାଳରୁ ବୌଦ୍ଧର ହାତ ତିଆରି ଲୁଗାର ଚାହିଦା ବ୍ରିଟିଶ ଅଧିକାରୀଙ୍କ ପ୍ରଥମ ପସନ୍ଦ ରହିଥିଲା । ମଥୁରା, ବାଘପାଲି, ବୁଟୁପାଲି, ମର୍ଜାକୁଦ, ନାରାୟଣ ନଗର, ସାହାଜପାଲ, ବାଉଶୁଣୀ, ଗବଯୋର, ମନମୁଣ୍ଡା, ଗୁଡଭେଲିପଦର ଭଳି ବିଭିନ୍ନ ସ୍ଥାନରେ ଭୁଲିଆ ସଂପ୍ରଦାୟର ଲୋକ ମାନେ ଏହି ବାନ୍ଧକଳାରେ ଜଡିତ ରହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଡ଼ିଏ ହଜାରରୁ ଊର୍ଦ୍ଧ୍ବ ଭୁଲିଆ ପରିବାର ରହିଥିବା ବେଳେ ପ୍ରାୟ ଆଠ ହଜାର ବୁଣାକାର ପରିବାର ଏହି ପାରମ୍ପରିକ ବୃତ୍ତିକୁ ବଜାୟୀ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବାନ୍ଧଶିଳ୍ପ ପାଇଁ ଝିଲମିଣ୍ଡାକୁ ମିଳିଛି ରାଷ୍ଟ୍ରପତି ପୁରସ୍କାର, ତଥାପି ମିଳିନି ଶିଳ୍ପୀ ଗାଁ ମାନ୍ୟତା

ଏଭଳି ବୁଣାକାରମାନଙ୍କ ଆର୍ଥିକ ଅଭିବୃଦ୍ଧି ସହିତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଶୁକ୍ରବାର ଜିଲ୍ଲାର ସଦର ମହକୁମା ମର୍ଜାକୁଦ ଦ୍ବୀପାଞ୍ଚଳରେ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ମାଧ୍ୟମରେ ବୁଣାକାରଙ୍କୁ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ବୟନିକା ରାଜ୍ୟ ସଭାପତି ପ୍ରକାଶ ଚନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ମାଧ୍ୟମରେ ବୁଣାକାରଙ୍କୁ ସହାୟତା ଯୋଗାଇ ଦେଇଥିଲେ । ଆଗାମୀ ଦିନରେ ଏଭଳି ସହାୟତା ବୁଣାକାର ପରିବାରକୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ସେପଟେ ଜିଲ୍ଲାର ବୟନ ବିଭାଗର ଅଧିକାରୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଥିବାରୁ ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details