ଓଡିଶା

odisha

By

Published : Aug 14, 2023, 9:20 AM IST

Updated : Aug 14, 2023, 9:45 AM IST

ETV Bharat / state

77th Independence Day: ଅଭୁଲା ସ୍ମୃତିକୁ ମନେ ପକାଇ ଭାବବିହ୍ବଳ ହେଲେ ଗୌର ମୋହନ ମିଶ୍ର

ଆସନ୍ତାକାଲି ସାରା ଦେଶ ପାଳିବ ୭୭ତମ ସ୍ବାଧୀନତା ଦିବସ । ଏହି ଅବସରରେ ରାଜତନ୍ତ୍ର ଶାସନ କାଳର ଅଭୁଲା ସ୍ମୃତିକୁ ମନେ ପକାଇ ଭାବବିହ୍ବଳ ହୋଇଛନ୍ତି ସ୍ବାଧୀନତା ସଂଗ୍ରାମୀ ମୋହନ ମିଶ୍ର । ଅଧିକ ପଢନ୍ତୁ

77TH Independence Day
77TH Independence Day

77TH Independence Day

ବୌଦ୍ଧ: ରାତି ପାହିଲେ ଦେଶ ପାଳିବ 77ତମ ସ୍ବାଧୀନତା ଦିବସ । ସେ ଦିନର କଥା ମନେ ପଡିଲେ ଆଜି ବି ଛାତି ଥରି ଉଠେ । ବ୍ରିଟିଶମାନଙ୍କ ବର୍ବରତା ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ବ୍ରିଟିଶ ଶାସନ କବଳରୁ ମୁକ୍ତ ହେବା ପାଇଁ ଜାତିର ପିତା ମହାତ୍ମାଙ୍କ ଡାକରାରେ ବହୁ ଯୁବକ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଏମିତି ଜଣେ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ବୌଦ୍ଧ ଜିଲ୍ଲାର ଗୌର ମୋହନ ମିଶ୍ର । କେନ୍ଦ୍ର କିମ୍ବା ରାଜ୍ୟ ସରକାର ତରଫରୁ ତାଙ୍କୁ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ମିଳିନଥିଲେ ହେଁ ସ୍ବାଧୀନତା ଆନ୍ଦୋଳନରେ ସେ ସାମିଲ ହୋଇଥିଲେ । ଆଉ ସେଦିନର ଅଭୁଲା ସ୍ମୃତି ସବୁକୁ ‘ଇଟିଭି ଭାରତ’ ସହ ବାଣ୍ଟିଛନ୍ତି ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ।

ଗଡ଼ଜାତ ରାଜ୍ୟ ବୌଦ୍ଧର ବିଭିନ୍ନ ସ୍ଥାନରେ ୧୯୪୦ ଦଶକରେ ଆନ୍ଦୋଳନ ସଙ୍ଗଠିତ ହୋଇଥିଲା । ବିଶେଷ ଭାବରେ ବୌଦ୍ଧ ଗଡ଼ଜାତ ପ୍ରଜା ମଣ୍ଡଳ ଆନ୍ଦୋଳନରେ ଭାଗ ନେଇ ରାଜତନ୍ତ୍ର ଆକ୍ରୋଶର ଶିକାର ହୋଇଥିବା ଜଣେ ସଚ୍ଚା ଦେଶଭକ୍ତ ତଥା ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର । ରାଜତନ୍ତ୍ର ଶାସନ କାଳରେ ପ୍ରଚଳିତ ବେଠୀ,ରସଦ,ମାଗଣ ତଥା କର ଖଜଣା ବୃଦ୍ଧିକୁ ଗୌର ମୋହନ ମିଶ୍ର ତୀବ୍ର ବିରୋଧ କରିଥିଲେ । ନିଜ ବନ୍ଧୁ ନଟବର ପ୍ରଧାନ, ଚନ୍ଦ୍ର ମଣି ବାଘ, କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରମୁଖଙ୍କ ସହଯୋଗରେ ଛାତ୍ର ଅବସ୍ଥାରୁ ଦେଶ ମାତୃକାର ମୁକ୍ତି ପାଇଁ ପ୍ରଚେଷ୍ଟା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ସ୍ୱାଧୀନତା ଦିବସ ଅବସରରେ ଆଦିବାସୀ ସହିଦଙ୍କୁ ସମ୍ମାନ, CITU ପକ୍ଷରୁ ମଶାଲ ଶୋଭାଯାତ୍ରା

ସେହିପରି ସଂଗ୍ରାମୀ ଗୌର ମୋହନ ମିଶ୍ର ଏକାଧିକ ବାର ପୋଲିସ ଓ ରାଜତନ୍ତ୍ର ଆକ୍ରୋଶର ଶିକାର ହୋଇଥିବା ବେଳେ ଗୁପ୍ତ ଭାବରେ ସ୍ବାଧୀନ ବୌଦ୍ଧ ବାର୍ତ୍ତା ଖବରକାଗଜ ବାଣ୍ଟିଥିଲେ । ଏଥିପାଇଁ ତାଙ୍କୁ ଅନେକ ନିର୍ଯାତନା ସହିବାକୁ ପଡ଼ିଥିଲା । ଶେଷରେ ଦେଶ ସ୍ବାଧୀନତା ହେବା ପରେ ସେ ନିଜ ସହଯୋଗୀଙ୍କ ସହିତ ପ୍ରଥମ ସ୍ବାଧୀନତା ଦିବସ ବଢ଼ିଗା ଠାରେ ଜାତୀୟ ପତାକା ଉତ୍ତୋଳନ କରି ପାଳନ କରିଥିଲେ । ସେ ଦିନର ସେସବୁ ଅଭୁଲା ସ୍ମୃତିକୁ ମନେ ପକାଇ ମୋହନ ମିଶ୍ର ଖୁବ ଭାବବିହ୍ବଳ ହୋଇ ଇଟିଭି ଭାରତକୁ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେପଟେ ଗତକାଲି ପାଇଁ ବୌଦ୍ଧର ମହାନଦୀ କୂଳରେ ଆୟୋଜିତ ଆଳତୀ କାର୍ଯ୍ୟକ୍ରମରେ ଦେଶ ଏକତାର ବାର୍ତ୍ତା ବାଣ୍ଟିଥିଲେ ଶ୍ରଦ୍ଧାଳୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ତିନି ଦିନ ଧରି ଆୟୋଜିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନ୍ତର୍ଗତ ମହାନଦୀ କୂଳରେ ପବିତ୍ର ଆଳତୀ ସହିତ ତ୍ରିରଙ୍ଗା ପତାକାକୁ ସମସ୍ତ ଶ୍ରଦ୍ଧାଳୁ ସମ୍ମାନ ଜଣାଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Aug 14, 2023, 9:45 AM IST

ABOUT THE AUTHOR

...view details