ଓଡିଶା

odisha

ETV Bharat / state

ରବିବାର ନୂଆଁଖାଇ, ଲୋକଙ୍କ ମଧ୍ୟରେ ନାହିଁ ଉତ୍ସାହ - nuakhai at boudh

କୋରୋନା କଟକଣା ହେତୁ ସବୁ ପର୍ବପର୍ବାଣୀ ଫିକା ପଡିଛି । ନା ଅଛି ଆଗ ପରି ଗହଳି ଚହଳି ନା ଉତ୍ସାହ । ସେହିପରି ଆଉ ମାତ୍ର କେଇ ଘଣ୍ଟା ପରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ନୂଆଁଖାଇ ବଜାର ସମ୍ପୂର୍ଣ୍ଣ ମାନ୍ଦା ପଡିଯାଇଛି । କେବଳ ଔପଚାରିକତା ଦୃଷ୍ଟିରୁ ନବାନ୍ନ ବା ନୂଆଁଖାଇ ଉତ୍ସବ ପାଳନ ହେବା ଭଳି ଅନୁଭୂତ ହେଉଛି ।

ରବିବାର ନୂଆଖାଇ, ଲୋକଙ୍କ ମଧ୍ୟରେ ନାହିଁ ଉତ୍ସାହ
ରବିବାର ନୂଆଖାଇ, ଲୋକଙ୍କ ମଧ୍ୟରେ ନାହିଁ ଉତ୍ସାହ

By

Published : Aug 22, 2020, 6:26 PM IST

ବୌଦ୍ଧ: କୋରୋନା କଟକଣା ହେତୁ ସବୁ ପର୍ବପର୍ବାଣୀ ଫିକା ପଡିଛି । ନା ଅଛି ଆଗ ପରି ଗହଳି ଚହଳି ନା ଉତ୍ସାହ । ସେହିପରି ଆଉ ମାତ୍ର କେଇ ଘଣ୍ଟା ପରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ନୂଆଁଖାଇ ବଜାର ସମ୍ପୂର୍ଣ୍ଣ ମାନ୍ଦା ପଡିଯାଇଛି । କେବଳ ଔପଚାରିକତା ଦୃଷ୍ଟିରୁ ନବାନ୍ନ ବା ନୂଆଁଖାଇ ଉତ୍ସବ ପାଳନ ହେବାଭଳି ଅନୁଭୂତ ହେଉଛି ।

ରବିବାର ନୂଆଁଖାଇ, ଲୋକଙ୍କ ମଧ୍ୟରେ ନାହିଁ ଉତ୍ସାହ

ଆଜି ବୌଦ୍ଧର ଶନିବାର ସାପ୍ତାହିକ ହାଟ ସତ୍ତ୍ୱେ ବଜାରରେ ନବାନ୍ନ ସାମଗ୍ରୀର ମଧ୍ୟ ଏତେଟା ଚାହିଦା ନଥିବା ବ୍ୟବସାୟୀ କହିଛନ୍ତି ।ବଜାରରେ ନୂଆ ଧାନ କେଣ୍ଡା ସହିତ କୁରେଇ, ମହୁଲ, ଶାଳ ପତ୍ର ଓ ମାଟି ହାଣ୍ଡି ଅଳ୍ପ କିଛି ବ୍ୟବସାୟ ହୋଇଥିବା ସୂଚନା ମିଳିଛି ।

ରବିବାର ନୂଆଁଖାଇ, ଲୋକଙ୍କ ମଧ୍ୟରେ ନାହିଁ ଉତ୍ସାହ

ସେପଟେ ବୌଦ୍ଧ ଗଡଜାତର ଇଷ୍ଟଦେବୀ ମା ଭୈରବୀଙ୍କ ନିକଟରେ ରବିବାର ସକାଳ ୬ଟା ୨୦ରୁ ୯ଟା ୩୩ ମଧ୍ୟରେ ନବାନ୍ନ ଲାଗି ହେବାକୁ ଲଗ୍ନ ଧାର୍ଯ୍ୟ କରାଯାଇଥିବା ମନ୍ଦିର ପୂଜକ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details