ବୌଦ୍ଧ: ଆସନ୍ତା ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଭାଦ୍ରବ ପଞ୍ଚମୀରେ ଅନୁଷ୍ଠିତ ହେଉଥିବା ଏହି ଗଣପର୍ବରେ ପରିବାର ସହ ପ୍ରବାସୀମାନେ ଘରକୁ ଫେରି ନୂଆଁଖାଇ ଥାଆନ୍ତି । ମାତ୍ର ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ଏହି ପର୍ବ ସହ ବାନ୍ଧ କାରିଗର ଓ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।
ନୂଆଁଖାଇ ପର୍ବକୁ କୋରୋନା ମାଡ - ନୂଆଖାଇ
ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଭାଦ୍ରବ ପଞ୍ଚମୀରେ ଅନୁଷ୍ଠିତ ହେଉଥିବା ଏହି ଗଣପର୍ବରେ ପରିବାର ସହ ପ୍ରବାସୀମାନେ ଘରକୁ ଫେରି ନୂଆଁଖାଇ ଥାଆନ୍ତି । ମାତ୍ର ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ଏହି ପର୍ବ ସହ ବାନ୍ଧ କାରିଗର ଓ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।
![ନୂଆଁଖାଇ ପର୍ବକୁ କୋରୋନା ମାଡ nuakhai](https://etvbharatimages.akamaized.net/etvbharat/prod-images/768-512-8511760-thumbnail-3x2-collagejpeg.jpg)
ନୂଆଖାଇ ପର୍ବକୁ କୋରୋନା ମାଡ
ନୂଆଖାଇ ପର୍ବକୁ କୋରୋନା ମାଡ
ସୂଚନା ମୁତାବକ, ନୂଆଁଖାଇ ସମୟରେ ସମ୍ବଲପୁରୀ ଶାଢୀ ଓ ବଉଦିଆ ବାପ୍ତାର ଅହେତୁକ ଚାହିଦା ରହିଥାଏ । ଏହି ସମୟରେ ବର୍ଷର ଅଧିକାଂଶ ବାନ୍ଧ ଶାଢୀ ବ୍ୟବସାୟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ବାନ୍ଧ ଶାଢୀ ଦୋକାନରେ ପଡିରହିଥିବା ବ୍ୟବସାୟୀ କହିଛନ୍ତି । ଏପଟେ ମହିଳା ମାନେ କେବଳ ଔପଚାରିକତା ଦୃଷ୍ଟିରୁ ନୂଆଖାଇ ପାଳନ କରିବେ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ