ଓଡିଶା

odisha

ଚୟନ ପରେ ବି ଅଙ୍ଗନବାଡିରେ ମିଳୁନି ନିଯୁକ୍ତି, ଧାରଣାରେ ମହିଳା

By

Published : Jan 6, 2021, 9:10 AM IST

2015 ମସିହାରେ କୃତି ପ୍ରାର୍ଥୀ ହୋଇ ଚୟନ ହୋଇ ମଧ୍ୟ ଅଙ୍ଗନବାଡିରେ ମିଳିଲାନି ନିଯୁକ୍ତି । ଫଳରେ ଦୀର୍ଘ ପାଞ୍ଚ ବର୍ଷ ହେଲା ନ୍ୟାୟ ପାଇଁ ସଙ୍ଘର୍ଷ କରୁଛନ୍ତି ବୌଦ୍ଧ ମୁଣ୍ଡାପଡା ପଞ୍ଚାୟତର ଜ୍ୟୋସ୍ନାମୟୀ କଲତା । ଅଧିକ ପଢନ୍ତୁ...

ଚୟନ ପରେ ମଧ୍ୟ ଅଙ୍ଗନବାଡିରେ ମିଳୁନି ନିଯୁକ୍ତି, ଧାରଣାରେ ମହିଳା
ଚୟନ ପରେ ମଧ୍ୟ ଅଙ୍ଗନବାଡିରେ ମିଳୁନି ନିଯୁକ୍ତି, ଧାରଣାରେ ମହିଳା

ବୌଦ୍ଧ: 2015 ମସିହାରେ କୃତି ପ୍ରାର୍ଥୀ ହୋଇ ଚୟନ ହେଲେ । କିନ୍ତୁ ମିଳିଲାନି ନିଯୁକ୍ତି । ଫଳରେ ଦୀର୍ଘ ପାଞ୍ଚ ବର୍ଷ ହେଲା ନ୍ୟାୟ ପାଇଁ ସଙ୍ଘର୍ଷ କରୁଛନ୍ତି ବୌଦ୍ଧ ମୁଣ୍ଡାପଡା ପଞ୍ଚାୟତ ବାରପୁଡୁଗ ଗ୍ରାମର ଜ୍ୟୋସ୍ନାମୟୀ କଲତା । ଅଙ୍ଗନବାଡି କେନ୍ଦ୍ର ପାଇଁ 2015 ମସିହାରେ ସଫଳତାର ସହ ଚୟନ ହୋଇଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଆଳ ଦେଖାଇ ନିଯୁକ୍ତି ଦିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି, ହେଲେ କୌଣସି ସୁଫଳ ମିଳିନାହିଁ ।

ଚୟନ ପରେ ମଧ୍ୟ ଅଙ୍ଗନବାଡିରେ ମିଳୁନି ନିଯୁକ୍ତି, ଧାରଣାରେ ମହିଳା

ଅନ୍ୟପଟେ ପାରିବାରିକ ଜୀବନ ତିକ୍ତତା ସହ ମାନସିକ ଅବସାଦରେ ରହୁଥିବା ସେ କହିଛନ୍ତି । କିଛି ଦିନ ପୂର୍ବରୁ ସମ୍ପୃକ୍ତ ମହିଳା ଏନେଇ ଲୋକପାଳଙ୍କ ନିକଟରେ ମଧ୍ୟ ଫେରାଦ ହୋଇଥିଲେ । ପୂର୍ବରୁ ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ମଧ୍ୟ ହୋଇସାରିଛନ୍ତି । ତେବେ କୋର୍ଟର ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଏ ସମ୍ପର୍କରେ ଶୁଣାଣି ଥିବା ବେଳେ ପୁଣି ତାରିଖ ଘୁଞ୍ଚି ଯିବାରୁ ସେ ବାଧ୍ୟ ହୋଇ ଶେଷରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଅନ୍ୟପଟେ କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତ ଗୁଣ୍ଡୁଚିତରା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଗୃହ ଦୀର୍ଘ ଏଗାର ବର୍ଷ ହେଲା ନିର୍ମାଣ ଚାଲିଥିଲେ ମଧ୍ୟ ଏଯାବତ ସମ୍ପୂର୍ଣ୍ଣ ହୋଇପାରୁ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details