ଓଡିଶା

odisha

By

Published : Oct 9, 2022, 11:00 AM IST

ETV Bharat / state

ବୌଦ୍ଧରେ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ସରିଲା ନାମାଙ୍କନ

ବୌଦ୍ଧ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି । ମୋଟ 45 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧରେ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ସରିଲା ନାମାଙ୍କନ
ବୌଦ୍ଧରେ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ସରିଲା ନାମାଙ୍କନ

ବୌଦ୍ଧ:ଆସନ୍ତା 30 ତାରିଖରେ ବୌଦ୍ଧ ସମବାୟ ବ୍ୟାଙ୍କ ନିର୍ବାଚନ(Co operative Bank Elections) । ଏନେଇ ଶନିବାର ନାମାଙ୍କନ ପତ୍ର ଦାଖଲ ହୋଇଛି । ମୋଟ 45 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ବୌଦ୍ଧ କନ୍ଧମାଳ ଜିଲ୍ଲାର ସମୁଦାୟ ପନ୍ଦରଟି ଜୋନକୁ ନେଇ ଗଠିତ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା କମିଟି । ଏଣୁ ଶନିବାର ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପର ସଭାପତି ତଥା ଆଶାୟୀ ମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବୌଦ୍ଧରେ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ସରିଲା ନାମାଙ୍କନ

ଏହା ମଦ୍ୟ ପଢନ୍ତୁ-ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ମନ୍ତ୍ରୀ ସମୀର ଦାସଙ୍କୁ ଘଣ୍ଟ ଘୋଡାଇବାକୁ ବିଜେଡିର ପାଓ୍ବାର ଶୋ

ମୋଟ 45ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ 11 ନମ୍ବର ଜୋନର ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସେ ନିନ୍ଦ୍ବନ୍ଦ୍ବରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡା, ଉଦୟଗିରି ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାୟକ ବୌଦ୍ଧରେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ସେପଟେ ଶନିବାର ବୌଦ୍ଧ ସର୍କିଟ ହାଉସ ଠାରେ ଗଞ୍ଜାମ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲା ପାଇଁ ସୌଭାଗ୍ୟ ରଞ୍ଜନ ନାଏକ ଦ୍ବିତୀୟ ଥର ଦାୟିତ୍ୱ ପାଇଥିବାରୁ ସେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏନେଇ ନିର୍ବାଚନ ଅଧିକାରୀ ବବିତା ରାଣୀ ଦଳବେହେରା କହିଛନ୍ତି ଯେ, ''ଶନିବାର ନୋମିନେସନ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇ ୪ଟାରେ ଶେଷ ହୋଇଛି, ଆଜି ୪୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି, ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି, ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ୧୫ ତାରିଖରେ ପ୍ରକାଶ ପାଇବ । ଏହାପରେ ଅକ୍ଟୋବର ୩୦ ତାରିଖରେ ନିର୍ବାଚନ ହେବ'' ।

ABOUT THE AUTHOR

...view details