ଓଡିଶା

odisha

By

Published : Jan 22, 2022, 7:36 AM IST

ETV Bharat / state

Panchayat Poll: ବୌଦ୍ଧରେ ସରିଲା ନାମାଙ୍କନ ଦାଖଲ, ଲଢେଇ ପାଇଁ 3 ଦଳ ପ୍ରସ୍ତୁତ

ସରିଲା ପଞ୍ଚାୟତ ନିର୍ବାଚନ (Panchayat Election) ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲାର ସମୁଦାୟ 69 ଗୋଟି ପଞ୍ଚାୟତ ସହିତ 9 ଗୋଟି ଜୋନ ପାଇଁ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

PanchaytPoll: ବୌଦ୍ଧରେ ସରିଲା ନାମାଙ୍କନ ଦାଖଲ, ଲଢେଇ ପାଇଁ 3 ଦଳ ପ୍ରସ୍ତୁତ
PanchaytPoll: ବୌଦ୍ଧରେ ସରିଲା ନାମାଙ୍କନ ଦାଖଲ, ଲଢେଇ ପାଇଁ 3 ଦଳ ପ୍ରସ୍ତୁତ

ବୌଦ୍ଧ:ସରିଲା ପଞ୍ଚାୟତ ନିର୍ବାଚନ (Panchayat Election) ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲାର ସମୁଦାୟ 69 ଗୋଟି ପଞ୍ଚାୟତ ସହିତ 9 ଗୋଟି ଜୋନ ପାଇଁ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନରେ ଉଭୟ ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ଯୋଗୁଁ ପ୍ରବଳ ଭିଡ ହୋଇଥିଲା । ବୌଦ୍ଧ ଜିଲ୍ଲାରେ ଶୁକ୍ରବାର ନ’ ଗୋଟି ଜୋନ ଓ ସମସ୍ତ 69 ଗୋଟି ପଞ୍ଚାୟତ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ହୋଇଥିଲା ।

ବୌଦ୍ଧରେ ସରିଲା ନାମାଙ୍କନ ଦାଖଲ, ଲଢେଇ ପାଇଁ 3 ଦଳ ପ୍ରସ୍ତୁତ

ଗତକାଲି ମନମୁଣ୍ଡା ଥାନା ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ପ୍ରାକ ନିର୍ବାଚନୀ ହିଂସାରେ ଗୋଟିଏ ପ୍ରାର୍ଥୀଙ୍କ ଗାଡି ଭଙ୍ଗାରୁଜା ସହିତ ମନମୁଣ୍ଡା ଥାନାର ଏକ ଗାଡି ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି । ଏହାଛଡା ପଞ୍ଚାୟତ କାର୍ଯ୍ୟାଳୟରେ ପଶି କେତେକ ଦୁର୍ବୃତ୍ତ ସରକାରୀ ନଥିପତ୍ର ଚିରି ଟେବୁଲ ଚେୟାର ଭାଙ୍ଗି ଦେଇଥିବା ଜଣାପଡିଛି ।

ସେପଟେ ଶୁକ୍ରବାର ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଯୋଗୁଁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉଭୟ ବିଜେପି ଓ କଂଗ୍ରେସ ଦଳର ନେତା ଓ କର୍ମୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏପରିକି କଂଗ୍ରେସ ଦଳ ପକ୍ଷରୁ ଢୋଲ ତାଳ ମଧ୍ୟରେ ଶୋଭାଯାତ୍ରା କରାଯାଇଥିବାରୁ ଏହାକୁ ପୋଲିସ ବନ୍ଦ କରିଦେଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଥିବାରୁ ଉଭୟ ପାଞ୍ଚ ନମ୍ବର ଓ ନ’ ନମ୍ବର ଜୋନ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଶାସକ ବିଜେଡି ସହିତ ବିଜେପି ଓ କଂଗ୍ରେସର ବିଭିନ୍ନ ଜୋନରେ କଡା ଟକ୍କର ହେବାକୁ ଥିବା ବେଳେ ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details