ଓଡିଶା

odisha

ETV Bharat / state

ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା ବାଟବଣା

ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପଞ୍ଚାୟତର ଏକମାତ୍ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନା ଅଛନ୍ତି ଡାକ୍ତର ନା କୌଣସି ଷ୍ଟାଫ ନର୍ସ ଅଛନ୍ତି । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

By

Published : Aug 27, 2019, 11:34 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଅପହଞ୍ଚ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଡାକ୍ତରଖାନାର ସୁନ୍ଦର କୋଠା ସହ ଷ୍ଟାଫ କ୍ବାର୍ଟର ମଧ୍ୟ ନିର୍ମାଣ ହୋଇଛି । କିନ୍ତୁ ସେଠାରେ ନା ଅଛନ୍ତି ଡାକ୍ତର, ନା ଅଛନ୍ତି ଷ୍ଟାଫ । ଦିନ ଦିନ ଧରି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବାରୁ ଫେରି ଯାଉଛନ୍ତି ରୋଗୀ । ଡାକ୍ତରଖାନାରେ ଅଧିକାଂଶ ସମୟ ତାଲା ଝୁଲୁଥିବାରୁ ସ୍ବାସ୍ଥ୍ୟ ସେବା ଠିକରେ ଅଞ୍ଚଳବାସୀଙ୍କୁ ମିଳୁ ନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପଞ୍ଚାୟତର ଏକମାତ୍ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନା ଅଛନ୍ତି ଡାକ୍ତର ନା କୌଣସି ଷ୍ଟାଫ ନର୍ସ ଅଛନ୍ତି । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଏହା ଏକ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଡାକ୍ତରଖାନା ସହିତ ଷ୍ଟାଫ ମାନଙ୍କ ପାଇଁ ମଧ୍ୟ କ୍ବାଟର ନିର୍ମାଣ ହୋଇଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଷ୍ଟାଫ ମଧ୍ୟ ନିଯୁକ୍ତ ହୋଇଛନ୍ତି । କିନ୍ତୁ ଅପହଞ୍ଚ ଇଲାକା ମନେ କରି ଏଠାକୁ କେହି ଆସୁନଥିବା କୁହାଯାଉଛି। ତୁରନ୍ତ ଏଠାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details