ଓଡିଶା

odisha

ETV Bharat / state

ସମସ୍ୟା ଘେରରେ ହରଭଙ୍ଗା ବ୍ଲକ, ପ୍ରଥମ ଜନଶୁଣାଣୀରେ ନୂତନ ଜିଲ୍ଲାପାଳ - ବୌଦ୍ଧର ନୂତନ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ନାନା ସମସ୍ୟାରେ ଛନ୍ଦି ହୋଇ ରହିଛି । ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଜନଶୁଣାଣୀରେ ଏଭଳି ବିକାଶମୂଳକ କାର୍ଯ୍ୟକୁ ନେଇ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ

no basic facility
no basic facility

By

Published : Jul 11, 2023, 4:44 PM IST

no basic facility

ବୌଦ୍ଧ:ବୌଦ୍ଧର ବିଭିନ୍ନ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା । ବିଭିନ୍ନ ପଞ୍ଚାୟତ ନାନା ସମସ୍ୟାରେ ଛନ୍ଦି ହୋଇ ରହିଛି । ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଅନେକ ଅଞ୍ଚଳରେ ସରକାରଙ୍କ ବିକାଶମୂଳକ ଯୋଜନା ଅପହଞ୍ଚ ହୋଇ ରହିଥିବା ବେଳେ ଏଗୁଡିକରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ଏଥିସହ ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଜନଶୁଣାଣୀରେ ଏଭଳି ବିକାଶମୂଳକ କାର୍ଯ୍ୟକୁ ନେଇ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

ତେବେ ୨୨ଗୋଟି ପଞ୍ଚାୟତକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ । ମହାନଦୀ କୂଳରେ ଅବସ୍ଥିତ ଏହି ବ୍ଲକରେ କିନ୍ତୁ କୌଣସି ବୃହତ ଜଳସେଚନ ବ୍ୟବସ୍ଥା ନାହିଁ। ତେଣୁ ସରକାର ବିଭିନ୍ନ ପଞ୍ଚାୟତର ଚାଷୀଙ୍କ ନିମନ୍ତେ କ୍ଷୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ । ହେଲେ ଶଗଡିଆ ପ୍ରକଳ୍ପ ଠାରୁ ନେଇ ରାଜାବସା ପ୍ରକଳ୍ପ ବିଭାଗୀୟ ଅପାରଗତା ଯୋଗୁଁ ଚାଷୀଙ୍କ ଜମିକୁ ଜଳସେଚନ ହୋଇ ପାରୁନାହିଁ । ଏପରିକି ପ୍ରକଳ୍ପ ଗୁଡିକ ଭାଙ୍ଗି ରୁଜି ଯିବା ସହିତ ଅଧିକାଂଶ ସ୍ଥାନରେ କେନାଲ ପୋତି ହୋଇ ପଡୁଛି ।

ଏହା ମଧ୍ୟ ପଢନ୍ତୁ- ସମସ୍ୟା ଘେରରେ ବାଉଁଶୁଣୀ, କେବେ ହେବ ସମସ୍ୟାର ସମାଧାନ

ଜଳସେଚନ ଭଳି ପାନୀୟଜଳ କ୍ଷେତ୍ରରେ ମଧ୍ୟ ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ସମସ୍ୟା ରହିଛି ।ଏହାକୁ ଦୃଷ୍ଟିରେ ରଖି ମହାନଦୀ ର ପାଣିଘରା ନିକଟରେ ସରକାର ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ତାହା ମନ୍ଥର ଗତିରେ କାର୍ଯ୍ୟ ଚାଲିଛି । ସେହିପରି ରାସ୍ତା ଘାଟର ସମସ୍ୟା ହେତୁ ହରଭଙ୍ଗା ବ୍ଲକର ଅନେକ ଅଞ୍ଚଳରେ ଆଜି ମଧ୍ୟ ସ୍ବାସ୍ଥ୍ୟ ସେବା ବିଶେଷ ଭାବରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଅପହଞ୍ଚ ହୋଇ ରହିଛି । ମାଳ ମାଳ ସମସ୍ୟାରେ ଛନ୍ଦି ହୋଇ ରହିଥିବା ହରଭଙ୍ଗା ବ୍ଲକର ବନ୍ଧାପଥର ପଞ୍ଚାୟ ରେ ଗତକାଲି ବୌଦ୍ଧର ନୂତନ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କ ପ୍ରଥମ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । ସେଠାରେ ନୂତନ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଲୋକଙ୍କ ସମସ୍ୟା ଶୁଣିବା ସହିତ ସମାଧାନ ପାଇଁ ଚେଷ୍ଟା କରିଥିଲେ । ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଜନଶୁଣାଣୀରେ 149 ଜଣ ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ସହିତ ଅନେକ ଅସହାୟ, ଭିନ୍ନକ୍ଷମ, ବୃଦ୍ଧ ଙ୍କୁ ସରକାରୀ ସହାୟତା ଯୋଗାଇ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details