ବୌଦ୍ଧ: ମରଣଯନ୍ତା ପାଲଟିଛି ୫୭ ନମ୍ବର ଜାତୀୟ ରାଜପଥ । ବୌଦ୍ଧ ଜିଲ୍ଲାର ବଦଲା ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସଡକ ସୁରକ୍ଷା ସପ୍ତାହ ଚାଲିଥିବାବେଳେ ଲୋକଙ୍କୁ ସଚେତନ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।
ସରକାରୀ ସୂଚନା ମୁତାବକ, ଗୋଟିଏ ବର୍ଷରେ ୧୬୦ରୁ ଉର୍ଦ୍ଧ୍ବ ସଡକ ଦୁର୍ଘଟଣା ଘଟିଥିବାବେଳେ ୫୮ ଜଣଙ୍କ ମୃତ୍ୟୁ ଘଟିଛି । କିନ୍ତୁ ତଥାପି ପ୍ରତ୍ୟେକ ଦିନ ଦୁର୍ଘଟଣାର ହାର ବଢିବାରେ ଲାଗୁଛି । ମଙ୍ଗଳବାର ବୌଦ୍ଧ ନିକଟସ୍ଥ ମର୍ଜାଦପୁର ବିଦ୍ୟାଳୟ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।