ଓଡିଶା

odisha

By

Published : May 21, 2021, 7:52 AM IST

ETV Bharat / state

ବୌଦ୍ଧରେ ଅସହାୟଙ୍କ ସହାୟ ସ୍ବେଚ୍ଛାସେବୀ ସଂଗଠନ

ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । କୋରୋନା ବିପତ୍ତି ସମୟରେ ଅସହାୟ ତଥା ଭୋକିଲାଙ୍କ ପେଟର ଦୁଃଖ ଶୁଣିବାକୁ ଆଗେଇ ଆସିଛନ୍ତି କେତେକ ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ..

ବୌଦ୍ଧରେ ଅସହାୟଙ୍କ ସହାୟ ସ୍ବେଚ୍ଛାସେବୀ ସଂଗଠନ
ବୌଦ୍ଧରେ ଅସହାୟଙ୍କ ସହାୟ ସ୍ବେଚ୍ଛାସେବୀ ସଂଗଠନ

ବୌଦ୍ଧ: ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । କୋରୋନା ବିପତ୍ତି ସମୟରେ ଅସହାୟ ତଥା ଭୋକିଲାଙ୍କ ପେଟର ଦୁଃଖ ଶୁଣିବାକୁ ଆଗେଇ ଆସିଛନ୍ତି କେତେକ ସ୍ବେଚ୍ଛାସେବୀ ସଂଗଠନ । ରାସନ ସାମଗ୍ରୀ ଠାରୁ ରନ୍ଧା ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ଜିନିଷ ଅସହାୟଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

ବୌଦ୍ଧରେ ଅସହାୟଙ୍କ ସହାୟ ସ୍ବେଚ୍ଛାସେବୀ ସଂଗଠନ

ଏଭଳି ସମୟରେ ଗରିବଙ୍କ ପେଟ ଜ୍ବାଳା ତଥା ସହାୟତା ଯୋଗାଇଦେବାକୁ ଆଗେଇ ଆସୁଛନ୍ତି କିଛି ସ୍ବେଚ୍ଛାସେବୀ । ବୌଦ୍ଧ ଜିଲ୍ଲାରେ ବିଗତ 15 ଦିନ ହେଲା ସଂକ୍ରମଣ 200 ଉପରେ ରହିବା ପରେ ବର୍ତ୍ତମାନ 300 ପାର କରିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନକୁ ଆସନ୍ତା ଜୁନ 1 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟକୁ ନେଇ ବିଭିନ୍ନ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ।

ଏଭଳି ସମୟରେ ଏଭଳି ଅସହାୟ ଅବସ୍ଥାରେ ଥିବା ଲୋକଙ୍କୁ ସହାୟତା ଯୋଗାଇଦେବାକୁ ସରସରା ଏଲକେବିକେ, ବାଉଁଶୁଣୀ ଓ୍ବାଇସିଡିଏ, ରେଡକ୍ରସ ସୋସାଇଟି, ପରୀ, ମାରଓ୍ବାଡି ଯୁବ ମଞ୍ଚ, ଉତ୍ସର୍ଗ ଭଳି ଅନୁଷ୍ଠାନ ମାନେ ଆଗେଇ ଆସିଛନ୍ତି । ଏହାସହ ଉତ୍ସର୍ଗ ପକ୍ଷରୁ ବୌଦ୍ଧ ସହରରେ ଥିବା ଅସହାୟ ସଂକ୍ରମିତ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଇବା ସହ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟଜଳ ଯୋଗାଣ, ମାସ୍କ ବଣ୍ଟନ ଭଳି ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details