ଓଡିଶା

odisha

ETV Bharat / state

ଯୌତୁକ ପାଇଁ ନବବଧୂକୁ ହତ୍ୟା, ସ୍ବାମୀ ଅଟକ

ବୌଦ୍ଧ ଜିଲ୍ଲାରେ ଯୌତୁକ ପାଇଁ ନବବଧୂ ହତ୍ୟା । ଏକ ଲକ୍ଷ ଟଙ୍କା ପାଇଁ ଛ ମାସ ତଳେ ବିବାହ କରିଥିବା ବୋହୂକୁ ତଣ୍ଟି ଚିପି ମାରିଲା ସ୍ବାମୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ବାମୀ ଗୋପବନ୍ଧୁଙ୍କୁ ଅଟକ ରଖିଛି ଏବଂ ତଦନ୍ତ ଜାରି ରଖିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

By

Published : Nov 10, 2019, 3:36 PM IST

ବୌଦ୍ଧ: ଯୌତୁକ ଜୁଇରେ ପୁଣି ଜଳିଲା ନବବଧୂ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ଅଞ୍ଚଳରେ । ଏକ ଲକ୍ଷ ଟଙ୍କା ପଇସା ପାଇଁ ଛମାସ ତଳେ ବିବାହ କରିଥିବା ବୋହୂକୁ ତଣ୍ଟି ଚିପି ମାରିଦେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

ସୂଚନାଅନୁଯାୟୀ ଗତ ମେ ମାସ 8 ତାରିଖରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ରୁଗୁଡିପାଲି ଗାଁର ଗୋପବନ୍ଧୁ ଜେନା ନରସିଂହପୁର ନିକଟସ୍ଥ ଶରଧାପୁର ଗାଁ ରବ୍ରଜ ମହାକୁଡଙ୍କ ଝିଅ ନିର୍ମଳୀ ମହାକୁଡଙ୍କୁ ବିବାହ କରିଥିଲେ। ଯଥାରୀତି ଅନୁଯାୟୀ ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା । କିନ୍ତୁ ଗୋଟିଏ ଦୋକାନ କରିବା ପାଇଁ ଏକଲକ୍ଷ ଟଙ୍କାର ଆବଶ୍ୟକତା ଥିବାରୁ ବାରମ୍ବାର ନିର୍ମଳୀଙ୍କ ଉପରେ ଗୋପବନ୍ଧୁଙ୍କ ପରିବାର ନିର୍ଯାତନା ଦେଇଆସୁଥିଲେ ।

ଗତ 8 ତାରିଖ ରାତି ପ୍ରାୟ ଗୋଟାଏ ବେଳେ ଏହି ଅତ୍ୟାଚାର ଉଗ୍ରରୂପ ନେବାରୁ ନିର୍ମଳୀ ବାପାଙ୍କୁ ଫୋନ କରି ନିଜ ଜୀବନ ବିପଦରେ ଥିବା କହିଥିଲେ । ସେହି ରାତିରେ ହିଁ ନିର୍ମଳୀଙ୍କ ମୃତ ଶରୀର ଖଟରେ ପଡିଥିବା ଯୋଗୁଁ ଏହା ସମ୍ପୂର୍ଣ୍ଣ ଭାବେ ଯୌତୁକଜନିତ ବୋଲି ନିର୍ମଳୀଙ୍କ ପରିବାର ଅଭିଯୋଗ କରିଛନ୍ତି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ବାମୀ ଗୋପବନ୍ଧୁଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details