ଓଡିଶା

odisha

ETV Bharat / state

କଥା ରଖିଲେ ସରପଞ୍ଚ, ହିତାଧିକାରୀଙ୍କୁ ମାଗଣା ଭତ୍ତା ଓ ବସ୍ତ୍ର ବାଣ୍ଟିଲେ - କଥା ରଖିଲେ ସରପଞ୍ଚ

କଥା ରଖିଲେ ନବ ନିର୍ବାଚିତ ସରପଞ୍ଚ । ଦାୟିତ୍ବକୁ ଆସିବା ମାତ୍ରେ ହିତାଧିକାରୀଙ୍କ ଦୁଃଖ ବୁଝିଛନ୍ତି ବୌଦ୍ଧ ଜିଲ୍ଲାର ଶୁଣ୍ଢିପଦର ଓ ସରସରା ପଞ୍ଚାୟତର ଦୁଇ ଜଣ ସରପଞ୍ଚ । ଅଧିକ ପଢ଼ନ୍ତୁ

newly elected sarpanch distributed free clothes and allowances to the beneficiaries in boudh
କଥା ରଖିଲେ ସରପଞ୍ଚ, ହିତାଧିକାରୀଙ୍କୁ ମାଗଣା ଭତ୍ତା ଓ ବସ୍ତ୍ର ବାଣ୍ଟିଲେ

By

Published : Apr 13, 2022, 9:05 AM IST

ବୌଦ୍ଧ: କଥା ରଖିଲେ ନବ ନିର୍ବାଚିତ ସରପଞ୍ଚ । ଦାୟିତ୍ବକୁ ଆସିବା ମାତ୍ରେ ହିତାଧିକାରୀଙ୍କ ଦୁଃଖ ବୁଝିଛନ୍ତି ବୌଦ୍ଧ ଜିଲ୍ଲାର ଶୁଣ୍ଢିପଦର ଓ ସରସରା ପଞ୍ଚାୟତର ଦୁଇ ଜଣ ସରପଞ୍ଚ । ଗରିବ ହିତାଧିକାରୀଙ୍କ ପାଇଁ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ସରପଞ୍ଚ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

କଥା ରଖିଲେ ସରପଞ୍ଚ, ହିତାଧିକାରୀଙ୍କୁ ମାଗଣା ଭତ୍ତା ଓ ବସ୍ତ୍ର ବାଣ୍ଟିଲେ

ପଞ୍ଚାୟତର ବିକାଶ ତଥା ଗରିବ ହିତାଧିକାରୀଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ପଞ୍ଚାୟତକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ପଞ୍ଚାୟତର କୋଠା, ପାଚେରୀ ଆଦିକୁ ଦେଖିଲେ ସମସ୍ୟା ଆପଣାଛାଏ ଜଣାପଡିଯିବ । ପଞ୍ଚାୟତ କାର୍ଯ୍ୟାଳୟ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ଭଙ୍ଗାରୁଜା ହୋଇ ପଡ଼ରହିଛି । ପଞ୍ଚାୟତରେ ଆବାସ, ରାସନ,ସାମାଜିକ ସୁରକ୍ଷା ଆଦି ସହିତ ପାନୀୟଜଳର ଘୋର ସଙ୍କଟ ରହିଥିଲା। ହେଲେ ଗ୍ରାମବାସୀଙ୍କୁ ନିର୍ବାଚନ ଆଗରୁ ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ପୂରଣ କରିଛନ୍ତି ନବ ନିର୍ବାଚିତ ସରପଞ୍ଚ ।

ସେହିପରି ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଦାରିଦ୍ର୍ୟତାକୁ ନିକଟରୁ ଦେଖିଥିବା ହରି ନାଏକ ଦୁଃଖୀ ହିତାଧିକାରୀଙ୍କ ସାଥୀ ହୋଇଛନ୍ତି । ନିଜ ଉଦ୍ୟମରେ ସରକାରଙ୍କ ସାମାଜିକ ସୁରକ୍ଷା ଭତ୍ତା ସହିତ ପ୍ରତ୍ୟେକ ଗରିବ ହିତାଧିକାରୀଙ୍କୁ ଧୋତି, ଗାମୁଛା, ଶାଢୀ ଆଦି ମାଗଣାରେ ବଣ୍ଟନ କରିଛନ୍ତି । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details