ବୌଦ୍ଧ: ଏଣିକି ରାତିରେ ଦୁର୍ଘଟଣାରୁ ବର୍ତ୍ତିବେ ବୁଲା ଗାଇଗୋରୁ । ସେମାନଙ୍କୁ ସଡକ ଦୁର୍ଘଟଣାରୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ବେକରେ ଲଗାଗଲା ରେଡିୟମ ବେଲ୍ଟ । ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଏଭଳି ଏକ ନିଆରା ପଦକ୍ଷେପ ।
ରାତିରେ ଦୁର୍ଘଟଣାରୁ ବର୍ତ୍ତିବେ ଗାଇଗୋରୁ, ଲାଗିଲା ରେଡିୟମ ବେଲ୍ଟ - ବୌଦ୍ଧରେ ବୁଲା ଗାଇଗୋରୁଙ୍କ ପାଇଁ ନୂଆ ଅଭିଯାନ
ରାତିରେ ବୁଲୁଥିବା ଗାଇଗୋରୁଙ୍କୁ ସଡକ ଦୁର୍ଘଟଣାରୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ବେକରେ ଲଗାଗଲା ରେଡିୟମ ବେଲ୍ଟ । ବୌଦ୍ଧ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ଖବର ପଢନ୍ତୁ...
![ରାତିରେ ଦୁର୍ଘଟଣାରୁ ବର୍ତ୍ତିବେ ଗାଇଗୋରୁ, ଲାଗିଲା ରେଡିୟମ ବେଲ୍ଟ](https://etvbharatimages.akamaized.net/etvbharat/prod-images/768-512-4554703-thumbnail-3x2-boudh.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୁଧବାର ସନ୍ଧ୍ୟାରେ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଓ ଆରଟିଓ ଭାଗୀରଥି ନାଏବ ଯୋଗଦେଇ ଗାଇଗୋରୁଙ୍କୁ ରେଡିୟମ ବେଲ୍ଟ ଲଗାଇଥିଲେ । ତେବେ ଏଭଳି ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
TAGGED:
redium belt for cow