ଓଡିଶା

odisha

ETV Bharat / state

ସରିଛି ଉଦଘାଟନ ହେଲେ କାର୍ଯ୍ୟକ୍ଷମ ହୋଇପାରୁନି ଜେଲ - inaguration

ଅନିଶ୍ଚିତତା ଭିତରେ ବୌଦ୍ଧର ନିର୍ମାଣଧୀନ ଜେଲ । ପାଚେରୀ ଓ କୋଠା ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି ବୌଦ୍ଧ ଜିଲ୍ଲାର ବଡବାଗବ ନିକଟସ୍ଥ ନୂତନ ଜେଲ। ତେବେ ନୂତନ ଜେଲକୁ ନେଇ ଏବେ ନାନା କଳ୍ପନାଜଳ୍ପନା ଲାଗିରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

By

Published : Jun 21, 2019, 2:15 PM IST

Updated : Jun 21, 2019, 2:25 PM IST

ବୌଦ୍ଧ: ସରିଛି ପାଚେରୀ ଓ କୋଠା ନିର୍ମାଣ । ଏହାସହ ମୁଖ୍ୟମନ୍ତ୍ରୀ ମଧ୍ୟ ଉଦଘାଟନ କରିସାରିଛନ୍ତି । ହେଲେ କାର୍ଯ୍ୟକ୍ଷମ ହୋଇପାରୁନି ବୌଦ୍ଧ ଜିଲ୍ଲାର ବଡବାଗବ ନିକଟସ୍ଥ ନୂତନ ଜେଲ। ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ଅଧାରେ ଅଟକି ରହିଛି ଜେଲର ନିର୍ମାଣ କାର୍ଯ୍ୟ । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ କହିବାରୁ ଅତିଶୀଘ୍ର ଏହାର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଖବର ଅନୁୟାୟୀ, ବୌଦ୍ଧ ଜିଲ୍ଲାର ଏକ ମାତ୍ର ଜେଲ, ତାହା ପୁଣି ଉପକାରାଗାରରେ ସୀମିତ। ଜିଲ୍ଲାର କଣ୍ଟାମାଳଠାରେ ଆଉ ଏକ ଜେଲର ଆବଶ୍ୟକତା ଥିବାବେଳେ ବଡବାଗବରଠାରେ ତିଆରି ହୋଇଥିବା ନୂତନ ଜେଲକୁ ନେଇ ଏବେ ନାନା କଳ୍ପନାଜଳ୍ପନା ଲାଗିରହିଛି ।

ଗତ ଫେବୃଆରୀ ଅଠର ତାରିଖରେ ମୁଖ୍ୟମନ୍ତ୍ରୀ ଉକ୍ତ ନୂତନ ଜେଲକୁ ଉଦଘାଟନ କରିଥିଲେ ମଧ୍ୟ ଏଯାବତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ନୂତନ ଜେଲ ସମୁଦାୟ ୫୨ ଏକରର ବିସ୍ତୀର୍ଣ୍ଣ ସ୍ଥାନରେ ପ୍ରାୟ ୧୨.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ
ହୋଇଥିଲେ ମଧ୍ୟ ଏହାର ମାନ ଓ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ସେହିପରି ନୂତନ ଜେଲରେ ପର୍ଯ୍ୟାପ୍ତ ସ୍ଥାନ ଓ ସୁବିଧା ଦୃଷ୍ଟିରୁ ଏହାକୁ ଜିଲ୍ଲା ଜେଲ ଘୋଷଣା ନିହାତି ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି । ହେଲେ ଏହି ପ୍ରସ୍ତାବ ସରକାରୀ ନାଲିଫିତା ତଳେ ରହିଯାଇଛି । ବର୍ତ୍ତମାନ ଜେଲରେ ସତର ଜଣ ଷ୍ଟାଫଙ୍କ ସହିତ ଜେଲରେ ସମୁଦାୟ ୧୩୦ଜଣ ଅନ୍ତେବାସୀଙ୍କ ସ୍ଥାନରେ ୨୭୦ ଜଣ କଏଦୀ ରହୁଛନ୍ତି ।

ଏପଟେ ବୌଦ୍ଧ ସଦର ମହକୁମାଠାରୁ ପ୍ରାୟ ବାର କିଲୋମିଟର ଦୂରରେ ନୂତନ ଜେଲ କିଭଳି ଓ କେଉଁ ପରିସ୍ଥିତିରେ ଚୟନ କରାଗଲା ତାହାକୁ ନେଇ ଚର୍ଚ୍ଚା ହେଉଛି ।ନୂତନ ଜେଲ ଏକ ପଥୁରିଆ ସ୍ଥାନରେ ନିର୍ମାଣ ହୋଇଥିବାରୁ ଏହାର ମାନ ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଜନସାଧାରଣ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 21, 2019, 2:25 PM IST

ABOUT THE AUTHOR

...view details