ଓଡିଶା

odisha

ETV Bharat / state

ମହାନଦୀ ଉପରେରେ ନିର୍ମାଣ ହେବ ସେତୁ, ଟେଣ୍ଡର ଗ୍ରହଣ ପ୍ରକ୍ରିୟା ଆରମ୍ଭ - ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡିଶାକୁ ସିଧାସଳଖ ସଂଯୋଗ

ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡିଶାକୁ ସିଧାସଳଖ ସଂଯୋଗ ପାଇଁ ଜାରି ହେଲା ଟେଣ୍ଡର । ଅଧିକ ପଢନ୍ତୁ

ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ
ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ

By ETV Bharat Odisha Team

Published : Sep 3, 2023, 8:16 AM IST

ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ

ବୌଦ୍ଧ:ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସୁଉଚ୍ଚ ସେତୁ । ଯାହାକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । 150 କୋଟି ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯିବ । ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସେତୁ ନିର୍ମାଣ ଦ୍ବାରା ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡିଶାକୁ ସିଧାସଳଖ ସଂଯୋଗ ପାଇଁ ଅନେକ ସମୟ ବଞ୍ଚିବ । ଯୋଗାଯୋଗ ସହିତ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଉକ୍ତ ସେତୁ ଯଥେଷ୍ଟ ସହାୟକ ହୋଇ ପାରିବ ।

ବୌଦ୍ଧ ଠାରୁ କିଆକଟା ଓ ଧଳପୁର ଠାରୁ ଆଠମଲ୍ଲିକ ଦୁଇଟି ବୃହତ ସେତୁ ସହିତ ବୌଦ୍ଧ ସହର ମଧ୍ୟରେ ମର୍ଜାକୁଦ ସେତୁ ମହାନଦୀ ଉପରେ ନିର୍ମାଣ ହୋଇଛି । ତେବେ ବର୍ତ୍ତମାନ ଆଉ ଏକ ସୁଉଚ୍ଚ ସେତୁ ମହାନଦୀ ଉପରେ ନିର୍ମାଣ ହେବା ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉଁଶୁଣୀ ଠାରେ ମହାନଦୀ ଉପରେ ଏହି ନୂତନ ସେତୁ ନିର୍ମାଣ ପାଇଁ 150 କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବାଉଁଶୁଣୀ ଠାରୁ ମହାନଦୀ ଉପରେ ଏହି ନୂତନ ସେତୁ ସିଧାସଳଖ ବୀରମହାରାଜପୁର ଅଞ୍ଚଳକୁ ସଂଯୋଗ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

ସେତୁ ନିର୍ମାଣ ପାଇଁ କଣ୍ଟାମାଳ ବିଧାୟକ ମହୀଧର ରଣା ବାରମ୍ବାର ଦାବି କରିବା ସହିତ ଉଦ୍ୟମ କରିଆସୁଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଓ୍ବାର୍କ୍ସ ଡିପାର୍ଟମେଣ୍ଟ ପକ୍ଷରୁ 150 କୋଟିର ଏହି ସେତୁ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଫଳରେ ବର୍ତ୍ତମାନ କେବଳ ବାଉଶୁଣୀ ନୁହେଁ ଅଞ୍ଚଳର ହଜାର ହଜାର ଅଧିବାସୀ ଏହାଦ୍ବାରା ଉପକୃତ ହୋଇପାରିବେ । ଏନେଇ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଛି ।

ଏହା ବି ପଢନ୍ତୁ... ଠକୁଛନ୍ତି ଠିକାଦାର, ସମ୍ପୂର୍ଣ୍ଣ ହେଉନି ସେତୁ ହନ୍ତସନ୍ତ ହେଉଛନ୍ତି 10 ପଞ୍ଚାୟତବାସୀ

ବିଜେଡି ନେତା ସୁଧୀର ମହାକୁଡ଼ କହିଛନ୍ତି, ସରକାର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷପ ରାଜ୍ୟ ତଥା ବୌଦ୍ଧବାସୀଙ୍କ ପାଇଁ ନେଉଛନ୍ତି । ଆଗାମୀ ନର୍ବାଚନ ପୂର୍ବରୁ ଜିଲ୍ଲାର ଉନ୍ନତିପାଇଁ ବିଭିନ୍ନ କାର୍ଯ୍ୟପାଇଁ ଟେଣ୍ଡର ପ୍ରଦାନ କରାଯାଉଛି । 5ଟି ସଚିବ ଭିକେ ପାଣ୍ଡିଆନ ଏହି ସବୁ ଉନ୍ନତିମୂଳକ ପ୍ରୋଜେକ୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଟେଣ୍ଡର ପାରିତ ହୋଇଛି । ଯାହାକୁ ନେଇ ଆଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଲିଯାଇଛି ।’’

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details