ଓଡିଶା

odisha

By

Published : Sep 5, 2022, 9:50 AM IST

ETV Bharat / state

ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା, ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲାପାଳ

ଶିକ୍ଷକ ବଦଳି ଠାରୁ ନେଇ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନରେ ଅନିୟମିତତା ତଥା ଜାଲ ସାର୍ଟିଫିକେଟ ମାମଲାକୁ ନେଇ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା । ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ଜିଲ୍ଲା ଶିକ୍ଷା ବିଭାଗରେ ବ୍ୟାପକ ଅବ୍ୟବସ୍ଥା, ନକଲି ଶିକ୍ଷକଙ୍କ ରାଜ
ଜିଲ୍ଲା ଶିକ୍ଷା ବିଭାଗରେ ବ୍ୟାପକ ଅବ୍ୟବସ୍ଥା, ନକଲି ଶିକ୍ଷକଙ୍କ ରାଜ

ବୌଦ୍ଧ: ଶିକ୍ଷା ବିଭାଗରେ ବ୍ୟାପକ ଅବ୍ୟବସ୍ଥା । ଶିକ୍ଷକ ବଦଳି ଠାରୁ ନେଇ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନରେ ଅନିୟମିତତା ତଥା ଜାଲ ସାର୍ଟିଫିକେଟ ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆକ୍ସନ ମୁଡରେ ପ୍ରଶାସନ । ଦିନକୁ ଦିନ ଜିଲ୍ଲାରେ ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକଙ୍କ ସଂଖ୍ୟା ବଢୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲା ଶିକ୍ଷା ବିଭାଗରେ ବ୍ୟାପକ ଅବ୍ୟବସ୍ଥା, ନକଲି ଶିକ୍ଷକଙ୍କ ରାଜ

ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗରେ ବର୍ତ୍ତମାନ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଆସୁଛି । ଦୀର୍ଘ ବର୍ଷ ହେଲା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପଡୋଶୀ ଜିଲ୍ଲାର କେତେକ ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକ ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଚାକିରି ହାତେଇଥିବା ଦେଖିବାକୁ ମିଳିଥିଲା । ଆଉ ଏଥିରେ ଶିକ୍ଷା ବିଭାଗର କିଛି କରିତକର୍ମା ବାବୁ ତଥା ଖୋଦ ବିଭାଗୀୟ ମୁଖ୍ୟଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ପୂର୍ବରୁ ଜିଲ୍ଲାର 49 ଜଣ ନକଲି ଶିକ୍ଷକଙ୍କ ମଧ୍ୟରୁ ଚାଳିଶ ଜଣଙ୍କୁ ବିଭାଗ ବହିଷ୍କାର କରିଥିବା ବେଳେ ଅନ୍ୟ ନଅ ଜଣ ଶିକ୍ଷକ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦାନ ପରେ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ ସହିତ ଅନିୟମିତତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟ କରିଛନ୍ତି ।

ଜିଲ୍ଲାର ତେଲିବନ୍ଧ 5T ବିଦ୍ୟାଳୟ ଭଳି ଅନେକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଦ୍ୟାଳୟ ଉପରେ କଡା ନଜର ରଖାଯିବା ସହିତ ଠକ ଶିକ୍ଷକଙ୍କ ଉପରେ ପ୍ରଶାସନ ତୀକ୍ଷ୍ନ ନଜର ରଖିଛି । ଏନେଇ ଶନିବାର ଖାସ ବୌଦ୍ଧ ପୌରାଞ୍ଚଳର ମର୍ଜାକୁଦ ବିଦ୍ୟାଳୟର ସାତ ଜଣ ଶିକ୍ଷକଙ୍କ ମଧ୍ୟରୁ ଛଅ ଜଣ ଶିକ୍ଷକ ଅନୁପସ୍ଥିତ ନେଇ ଶିକ୍ଷା ବିଭାଗ ରିପୋର୍ଟ ତଲବ କରିଥିବା ବେଳେ ରାଜନୈତିକ ଛତ୍ରଛାୟା ତଳେ ଥିବା ଶିକ୍ଷକଙ୍କୁ ବର୍ତ୍ତମାନ ଚିନ୍ତା ଘାରିଛି । ଏଥିସହ ବୌଦ୍ଧ ଜିଲ୍ଲାରେ ଶହ ଶହ ଶିକ୍ଷକ ଜାଲ ସାର୍ଟିଫିକେଟ ମାଧ୍ୟମରେ ଚାକିରି ହାତେଇଥିବା ବେଳେ ପ୍ରଶାସନର କଡା ଆଭିମୁଖ୍ୟ ଦେଖି ଚିନ୍ତାରେ ପଡି ଯାଇଛନ୍ତି ।

ତେବେ ଏନେଇ ବିଶିକେଶନ ପ୍ରଧାନଙ୍କ କହିବା ଅନୁସାରେ, ‘‘ବହୁତ ଜିଲ୍ଲାରେ 2 ବର୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ 5T ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ତାହା କାର୍ଯ୍ୟକାରୀ ମଧ୍ୟ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ 5T ଅନ୍ତର୍ଭୁକ୍ତ ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର କାର୍ଯ୍ୟ ଅଧା ପନ୍ତରିଆ ଭାବରେ ରହିଛି । ଏନେଇ ନୂତନ ଜିଲ୍ଲାପାଳ 5ଟି ସ୍କୁଲ ପରିଦର୍ଶନ କରି ଏଥିରେ ସୁଧାର ଆଣିବା ନେଇ ଚେଷ୍ଟା ଚଲେଇଛନ୍ତି’’ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details