ଓଡିଶା

odisha

ETV Bharat / state

ଅବ୍ୟବସ୍ଥା ଘେରରେ ବୌଦ୍ଧର ପ୍ରଥମ ମହାବିଦ୍ୟାଳୟ, ବିଦ୍ୟୁତ ଚୋରି ନେଇ ଆସିଲା ଅଭିଯୋଗ

ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟ । କଲେଜରେ ବିଦ୍ୟୁତ ଚୋରି ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି ବିଦ୍ୟୁତ ବିଭାଗ । ଅଧିକ ପଢନ୍ତୁ...

By

Published : Oct 1, 2021, 2:26 PM IST

ଅବ୍ୟବସ୍ଥା ଘେରରେ ବୌଦ୍ଧର ପ୍ରଥମ ମହାବିଦ୍ୟାଳୟ, ବିଦ୍ୟୁତ ଚୋରି ନେଇ ଆସିଲା ଅଭିଯୋଗ
ଅବ୍ୟବସ୍ଥା ଘେରରେ ବୌଦ୍ଧର ପ୍ରଥମ ମହାବିଦ୍ୟାଳୟ, ବିଦ୍ୟୁତ ଚୋରି ନେଇ ଆସିଲା ଅଭିଯୋଗ

ବୌଦ୍ଧ:ସମସ୍ୟା ଘେରରେ ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟ । ବୌଦ୍ଧ ଜିଲ୍ଲାରେ 1978 ମସିହାରେ ପ୍ରଥମ ଥର ପାଇଁ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ତେବେ କଲେଜ ପ୍ରତିଷ୍ଠାକୁ 43 ବର୍ଷ ବିତିଗଲା ପରେ ମଧ୍ୟ କଲେଜ ସରକାରୀ ମାନ୍ୟତା ପାଇପାରି ନାହିଁ । କଲେଜର ଛାତ୍ରଛାତ୍ରୀ ପ୍ରତ୍ୟେକ ବର୍ଷ ଲଗାତାର ପାଠପଢାରେ ସଫଳତା ପାଉଥିଲେ ମଧ୍ୟ କଲେଜର ଆନୁସଙ୍ଗିକ ସୁବିଧା ସବୁବେଳେ ସମସ୍ୟା ସୃଷ୍ଟି କରିଆସୁଛି ।

ଅବ୍ୟବସ୍ଥା ଘେରରେ ବୌଦ୍ଧର ପ୍ରଥମ ମହାବିଦ୍ୟାଳୟ, ବିଦ୍ୟୁତ ଚୋରି ନେଇ ଆସିଲା ଅଭିଯୋଗ

ଦୀର୍ଘ ଦିନ ହେଲା କଲେଜରେ ସିକ୍ୟୁରିଟି ଗାର୍ଡ ନଥିବା ସହ କଲେଜରେ ପାଚେରୀ ନଥିବା କାରଣରୁ କଲେଜ ପରିସର ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିବା ସହ ଚୋରି ମଧ୍ୟ ହେଉଛି । କଲେଜର କାର୍ଯ୍ୟାଳୟ ଗୃହ ଭାଙ୍ଗି ଯାଇଥିବାରୁ ଏହା ଏକ ଛାତ୍ରୀ ନିବାସରେ କାର୍ଯ୍ୟ ଚାଲିଛି । ଗୋଟିଏ ପଟେ ମହାବିଦ୍ୟାଳୟ ସମସ୍ୟା ଘେରରେ ଛନ୍ଦି ହୋଇଥିବା ବେଳେ ଅନ୍ୟପଟେ ବର୍ତ୍ତମାନ କଲେଜରେ ବିଦ୍ୟୁତ ଚୋରି ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି ବିଦ୍ୟୁତ ବିଭାଗ । ବାଏପାସ ଠାରୁ ଆରମ୍ଭ କରି ଓଭରଲୋଡ ପର୍ଯ୍ୟନ୍ତ ବିଭିନ୍ନ ଅଭିଯୋଗ ଆଣିଛି ବିଦ୍ୟୁତ ବିଭାଗ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details