ବୌଦ୍ଧ: ବିଶ୍ବ ଶ୍ରମିକ ଦିବସରେ ଜିଲ୍ଲାରେ ଶ୍ରମିକଙ୍କ କରୁଣ ଚିତ୍ର । ଦିନ ଦ୍ବିପହରର ଡହ ଡହ ଖରାରେ ବିନା ସୁରକ୍ଷା ଉପକରଣରେ ନିୟୋଜିତ ଶ୍ରମିକ । ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସେ ନିଜ ଅପାରଗତା ପ୍ରକାଶ କରିଛନ୍ତି ।
ବିଶ୍ବ ଶ୍ରମିକ ଦିବସରେ ବୌଦ୍ଧରେ ଉପେକ୍ଷିତ ନିର୍ମାଣ ଶ୍ରମିକ - Neglected construction workers
ଆଜି ବିଶ୍ବ ଶ୍ରମିକ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନ କାର୍ଯ୍ୟ ନାଁ ରେ ଚାଲିଛି ଶ୍ରମିକଙ୍କ ଶୋଷଣ । ଅଧିକ ପଢନ୍ତୁ...
ବୌଦ୍ଧ ଜିଲ୍ଲାର ମହାନଦୀ ଉପରେ ଧଳପୁର ସେତୁ, ମର୍ଜାକୁଦକୁ ସେତୁ, ମଳ କର୍ଦମ ଉପଚାର କେନ୍ଦ୍ର, ତେଲନଦୀ ସେତୁ, ମେଗା ପାନୀୟଜଳ ପ୍ରକଳ୍ପ ଭଳି ଅନେକ ସ୍ଥାନରେ ଦିନ ଦ୍ବିପହରର ତଥା ବିନା ସୁରକ୍ଷା ଉପକରଣରେ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି ।
ତେବେ ଆଜି ସଟଡାଉନ ତଥା ଶ୍ରମିକଙ୍କ ଦିବସରେ ମଧ୍ୟ ଶ୍ରମିକଙ୍କୁ ଦିନର ଦୁଇଟା ପର୍ଯ୍ୟନ୍ତ ନିୟୋଜିତକୁ ବୁଦ୍ଧିଜୀବୀ ତୀବ୍ର ସମାଲୋଚନା କରିଛନ୍ତି । ଏଭଳି ଡହ ଡହ ଖରାରେ ଶ୍ରମିକଙ୍କୁ ନିୟୋଜିତ ନେଇ ଆମେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେ ନିଜର ଅସହାୟତା ଜାହିର କରିବା ସହ ନିଜ ଅପାରଗତାକୁ ପରୋକ୍ଷରେ ପ୍ରକାଶ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ