ଓଡିଶା

odisha

ETV Bharat / state

‘ଦୁର୍ନୀତି ମୁକ୍ତ ସମାଜ ପାଇଁ ଲୋଡା ସଭିଙ୍କ ସହଯୋଗ’ - ସହଯୋଗ

ସମାଜରୁ ଦୁର୍ନୀତିକୁ ମୁଳପୋଛ କରିବା ପାଇଁ ସଭିଙ୍କ ସହଯୋଗ ଦରକାର ବୋଲି ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କହିଛନ୍ତି ଲୋକାୟୁକ୍ତ ସଦସ୍ୟ ବିଜୟ କୁମାର ନାଏକ । ଅଧିକ ପଢ଼ନ୍ତୁ...

‘ଦୁର୍ନୀତି ମୁକ୍ତ ସମାଜ ପାଇଁ ଲୋଡା ସଭିଙ୍କ ସହଯୋଗ’

By

Published : Oct 19, 2019, 10:26 PM IST

ବୌଦ୍ଧ: ଦୁର୍ନୀତିମୁକ୍ତ ସମାଜ ଗଠନ ନିମନ୍ତେ ସମସ୍ତଙ୍କୁ ଆହ୍ବାନ ଦେବା ସହ ସଭିଙ୍କ ସହଯୋଗ ଲୋଡିଛନ୍ତି ଲୋକାୟୁକ୍ତ । ଏକ ସଚେତନତା ସଭାରେ ଯୋଗଦେବା ପାଇଁ ବୌଦ୍ଧରେ ଶନିବାର ପହଞ୍ଚିଥିଲେ ଲୋକାୟୁକ୍ତ ସଦସ୍ୟ ।

‘ଦୁର୍ନୀତି ମୁକ୍ତ ସମାଜ ପାଇଁ ଲୋଡା ସଭିଙ୍କ ସହଯୋଗ’

ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ନ୍ୟାୟାଧିଶ ଅରବିନ୍ଦ ଗୁରୁଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ଅତିଥି ରୂପେ ଲୋକାୟୁକ୍ତ ସଦସ୍ୟ ବିଜୟ କୁମାର ନାଏକ ଯୋଗ ଦେଇଥିଲେ । ତାଙ୍କସହ ସଦସ୍ୟ ଦେବେନ୍ଦ୍ର ନାଥ ସ୍ବାଇଁ, ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସପି ଭି ରଘୁନାଥ ରାଓ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ସରକାରୀ ଓ ଅନୁଦାନ ପ୍ରାପ୍ତ ଅନୁଷ୍ଠାନରେ ଦୁର୍ନୀତି କିଭଳି ରୋକାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details