ବୌଦ୍ଧ: ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲା । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରିବା ପରେ ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି । ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୁବର୍ଣ୍ଣପୁର-ବୌଦ୍ଧ ରାସ୍ତାର ଏକ ‘ଏରିଅଲ ଭ୍ୟୁ’ କୁ ସେୟାର କରିବା ପରେ ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଖେଳିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସ୍ବାଗତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯେଉଁ ଫଟୋଟି ଟ୍ବିଟ କରିଥିଲେ ସେହି ସ୍ଥାନକୁ ଯାଇଥିଲେ ଆମ ପ୍ରତିନିଧି । ସେହି ସ୍ଥାନଟି ହେଉଛି ସୁବର୍ଣ୍ଣପୁର-ବୌଦ୍ଧର ରାଜ୍ୟ ରାଜପଥ । ରାସ୍ତାର କଡରେ ସାଲୁଙ୍କୀ,ବାଘନଦୀ,ତେଲନଦୀ ଓ ମହାନଦୀ ର ଶୀତଳ ଶାନ୍ତ ଜଳ କୁଳୁକୁଳୁ ହୋଇ ବୋହିଯାଉଥିବା ବେଳେ ଉଭୟ ପାର୍ଶ୍ବରେ ଫଳିଛି ସୁନାଫଳ । ଏହାସହ ରାସ୍ତାର ଦୁଇ ପାର୍ଶ୍ବରେ ଶହଶହ ବୃକ୍ଷ ଯେମିତି ସୌନ୍ଦର୍ଯ୍ୟକୁ ଆହୁରି ବଢାଉଛନ୍ତି । ଫଳରେ ଏହି ରାସ୍ତାରେ ଯିଏ ଯାଉଛନ୍ତି ଭାବୁକ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ ପରେ ଏହି ରାସ୍ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।