ଓଡିଶା

odisha

ETV Bharat / state

କଟକଣା ପରେ ବୌଦ୍ଧରେ ଆୟୋଜନ ହେଲା ଜାତୀୟ ବାଣିଜ୍ୟ ମେଳା

ଦୀର୍ଘ ଦୁଇ ବର୍ଷ ପରେ ବୌଦ୍ଧରେ ଆରମ୍ଭ ହେଲା ଜାତୀୟ ବାଣିଜ୍ୟ ମେଳା । ଅଧିକ ପଢନ୍ତୁ

By

Published : Apr 3, 2022, 10:41 PM IST

କଟକଣା ପରେ ବୌଦ୍ଧରେ ଆୟୋଜନ ହେଲା ଜାତୀୟ ବାଣିଜ୍ୟ ମେଳା
କଟକଣା ପରେ ବୌଦ୍ଧରେ ଆୟୋଜନ ହେଲା ଜାତୀୟ ବାଣିଜ୍ୟ ମେଳା

ବୌଦ୍ଧ: ଦୀର୍ଘ ଦୁଇ ବର୍ଷ ପରେ ଆରମ୍ଭ ହେଲା ଜାତୀୟ ବାଣିଜ୍ୟ ମେଳା । ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ବିଭିନ୍ନ ରାଜ୍ୟରୁ ଆସିଥିବା ଷ୍ଟଲରେ ବିଶେଷ ଭାବରେ ହାତ ତିଆରି ସାମଗ୍ରୀ ପାଇଁ ଗ୍ରାହକଙ୍କ ଭିଡ । ଏଥର ମେଳାରେ ଲାଗିଛି ଗ୍ରାହକଙ୍କ ଭିଡ, କିଛି ବ୍ୟବସାୟ ପାଇ ହସ୍ତଶିଳ୍ପୀ ମଧ୍ୟ ସାମାନ୍ୟ ଆଶ୍ବସ୍ଥି ଅନୁଭବ କରିଛନ୍ତି ।

କଟକଣା ପରେ ବୌଦ୍ଧରେ ଆୟୋଜନ ହେଲା ଜାତୀୟ ବାଣିଜ୍ୟ ମେଳା


ତେବେ କୋରୋନା କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ଜିଲ୍ଲାରେ କୌଣସି ମେଳା ମହୋତ୍ସବର ଆୟୋଜନ ହୋଇପାରୁନଥିଲା । ରବିବାର ବୌଦ୍ଧ କଚେରୀ ପଡିଆ ଠାରେ ଜାତୀୟ ବାଣିଜ୍ୟ ମେଳା ଉଦଘାଟିତ ହୋଇଛି । ଦୀର୍ଘ ଦୁଇ ବର୍ଷ ପରେ ଜିଲ୍ଲାରେ କୌଣସି ମେଳା ପ୍ରଥମ ଥର ଆୟୋଜନ ହୋଇଥିବାରୁ ତଥା ଉଦଘାଟନ ଦିବସ ରବିବାର ଥିବାରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ମେଳାରେ ବିଶେଷ ଆକର୍ଷଣ ଥିଲା ବିଭିନ୍ନ ହାତ ତିଆରି ସାମଗ୍ରୀ । ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଅନ୍ୟାନ୍ୟ ରାଜ୍ୟର ବ୍ୟବସାୟୀମାନେ ଷ୍ଟଲ ଖୋଲି ଥିବାବେଳେ ଦୀର୍ଘ ଦିନ ପରେ ଏଭଳି ମେଳାର ଆୟୋଜନ ହୋଇଥିବାରୁ ସାଧାରଣ ଲୋକେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

କଟକଣା ପରେ ବୌଦ୍ଧରେ ଆୟୋଜନ ହେଲା ଜାତୀୟ ବାଣିଜ୍ୟ ମେଳା
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details