ବୌଦ୍ଧ: ଜାତୀୟ ରାଜପଥକୁ ବିନା କୌଣସି ସୂଚନାରେ ଅବାଧରେ ଖୋଳାଯାଉଛି । ଫଳରେ ସମୟ ସମୟରେ ଟେଲିଫୋନ ତାର କଟିବା ଠାରୁ ଆରମ୍ଭ କରି ପାନୀୟ ଜଳଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ସହର ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥକୁ ଅବାଧରେ କୌଣସି ସୂଚନା ଦିଆନଯାଇ ଖୋଳି ଦେବା ଫଳରେ ପାଣି ପାଇପ ଫାଟି ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ସହରରେ ଅଧିକାଂଶ ସମୟରେ ଗୋଟିଏ ବିଭାଗ ସହ ଅନ୍ୟ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ତଥା ସୂଚନା ପ୍ରଦାନ କରାନଯାଇ ଥିବାରୁ ଯାହାର ଯେତେବେଳେ ଆବଶ୍ୟକ ସେ ରାସ୍ତା ଖୋଳୁଛନ୍ତି ।