ବୌଦ୍ଧ:ତେଲନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି ଜାତୀୟ ରାଜପଥ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ବୌଦ୍ଧ ମନମୁଣ୍ଡାରେ ଥିବା ସେତୁକୁ ୪୭ ବର୍ଷ ହୋଇଗଲାଣି । ସେତୁଟି ଦୁର୍ବଳ ଅବସ୍ଥାକୁ ଆସିଯାଇଥିବାରୁ ସେଠାରେ ଦ୍ବିତୀୟ ସେତୁର ଆବଶ୍ୟକତା ରହିଛି । ଏନେଇ ଗୁରୁବାର ଜାତୀୟ ରାଜପଥ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ମନମୁଣ୍ଡାରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି । ସର୍ବୋଚ୍ଚ ଯନ୍ତ୍ରୀଙ୍କ ଗସ୍ତ ପରେ ଅଞ୍ଚଳବାସୀ ସେତୁ ନିର୍ମାଣ ଖୁବ ଶୀଘ୍ର ହେବା ନେଇ ଆଶାବାଦୀ ହୋଇଛନ୍ତି ।
ତେଲନଦୀରେ ହେବ ସେତୁ ନିର୍ମାଣ, ସର୍ବୋଚ୍ଚ ଯନ୍ତ୍ରୀ କଲେ କ୍ଷେତ୍ର ପରିଦର୍ଶନ - ତେଲନଦୀରେ ହେବ ସେତୁ ନିର୍ମାଣ
ତେଲନଦୀ ଉପରେ ନିର୍ମାଣ ହେବ ଦ୍ବିତୀୟ ସେତୁ । କ୍ଷେତ୍ର ପରିଦର୍ଶନ କଲେ ଜାତୀୟ ରାଜପଥ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଅଧିକ ପଢନ୍ତୁ....
ତେଲନଦୀରେ ହେବ ସେତୁ ନିର୍ମାଣ, କ୍ଷେତ୍ର ପରିଦର୍ଶନ କଲେ ଜାତୀୟ ରାଜପଥ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ
ସେପଟେ ଗତ ୩୦ରେ କଣ୍ଟାମାଳ ବିଧାୟକ ଦ୍ବିତୀୟ ସେତୁ ନିର୍ମାଣ ସମ୍ପର୍କରେ ମିଥ୍ୟା ପ୍ରଚାର କରୁଥିବା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଥିଲା । ଏହାର ଉତ୍ତର ଦେବା ସହିତ ବରିଷ୍ଠ ବିଜେଡି ନେତା ବୌଦ୍ଧ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ଥିବା ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Sep 4, 2020, 7:48 AM IST