ବୌଦ୍ଧ:ଓଡ଼ିଶା ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବାନ୍ଧ କଳା । ବିଶ୍ବରେ ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । କିନ୍ତୁ ଆଧୁନିକ ଯୁଗରେ ହଜିଯାଉଛି ପାରମ୍ପରିକ କଳା । ଏକଦା ବୌଦ୍ଧ ଅଞ୍ଚଳର ବାନ୍ଧକଳା ସାରାଦେଶରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଆଜି ସେ ତାର ପରିଚୟ ହରାଇବାକୁ ବସିଛି ।
ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ରାଜ୍ୟର ହସ୍ତତନ୍ତ କଳା ବିଶ୍ବ ଦରବାରରେ ପହଞ୍ଚିଛି । ବୌଦ୍ଧ ଜିଲ୍ଲାର ଚମ୍ପାପୁର, ବାଘପାଲି, ବୁଟୁପାଲି, ନାରାୟଣନଗର, ବାଉଁଶୁଣୀ, ଗୋଛାପଡା, ସାହାଜପାଲ, ଗୁଡଭେଲିପଦର, ମନମୁଣ୍ଡା ଭଳି ଅନେକ ସ୍ଥାନରେ ଭୁଲିଆ ସମ୍ପ୍ରଦାୟର ଶହଶହ ପରିବାର ବାନ୍ଧକଳାକୁ ପାରମ୍ପରିକ ବୃତ୍ତି ଭାବରେ ଗ୍ରହଣ କରିଆସୁଛନ୍ତି । କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଅନେକ କାରିଗର ମୁହଁ ଫେରାଉଥିବା ଦେଖିବାକୁ ମିଳିଛି ।