ବୌଦ୍ଧ :କୃଷି ଭିତ୍ତିକ ଜିଲ୍ଲାରେ ମାଛ ଚାଷ ପାଇଁ ରହିଛି ବିରାଟ ସମ୍ଭାବନା । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ବିଭିନ୍ନ ନଦୀ ନାଳ ପ୍ରବାହିତ ହେଉଥିବା ବେଳେ ଅସମତଳ ଭୂମିରେ ମାଛ ଚାଷ ପାଇଁ ଉପଯୁକ୍ତ ଉର୍ବରତା ଓ ଜଳବାୟୁ ସମ୍ପୂର୍ଣ୍ଣ ଉପଯୋଗୀ । ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗର ଯାଆଁଳା ଉତ୍ପାଦନ ସାରା ରାଜ୍ୟରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ।
ଏଠାକାର ଭାକୁର, ଇଲିସି, କାରପିସ, ଜଗଲଖିଆ ଭଳି ଅନେକ ପ୍ରଜାତିର ଜାଆଁଳା ବୌଦ୍ଧ ଜିଲ୍ଲା ସମେତ ଆଠରୁ ଦଶଟି ଜିଲ୍ଲାର ମାଛଚାଷୀ ସୁଲଭ ମୂଲ୍ୟରେ ପାଇଥାନ୍ତି । ଜାତୀୟ ମତ୍ସ୍ୟ ଚାଷୀ ଦିବସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ମାଛଚାଷୀ ପାଇପାରିବେ ସେନେଇ ବିଭାଗ ପକ୍ଷରୁ ଅବଗତ କରାଯାଇଛି ।