ଓଡିଶା

odisha

ETV Bharat / state

ଜାତୀୟ ଡାକ୍ତର ଦିବସ: ବିଧାନ ଚନ୍ଦ୍ରଙ୍କୁ ସ୍ମରଣ କଲେ ଶତାୟୁ

ଜାତୀୟ ଡାକ୍ତର ଦିବସ ଅବସରରେ ଡ. ବିଧାନ ଚନ୍ଦ୍ର ରାୟଙ୍କୁ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ସ୍ମରଣ କରିଛନ୍ତି । ସେହିପରି ଜିଲ୍ଲା ରେଡକ୍ରସ ପକ୍ଷରୁ ଦ୍ବାରା କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 2, 2020, 3:56 AM IST

ଜାତୀୟ ଡାକ୍ତର ଦିବସ: ବିଧାନ ଚନ୍ଦ୍ରଙ୍କୁ ସ୍ମରଣ କଲେ ଶତାୟୁ
ଜାତୀୟ ଡାକ୍ତର ଦିବସ: ବିଧାନ ଚନ୍ଦ୍ରଙ୍କୁ ସ୍ମରଣ କଲେ ଶତାୟୁ

ବୌଦ୍ଧ: ଜାତୀୟ ଡାକ୍ତର ଦିବସ ଅବସରରେ ଡ. ବିଧାନ ଚନ୍ଦ୍ର ରାୟଙ୍କୁ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ସ୍ମରଣ କରିଛନ୍ତି । ସେହିପରି ଜିଲ୍ଲା ରେଡକ୍ରସ ପକ୍ଷରୁ ଦ୍ବାରା କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି ।

ଜାତୀୟ ଡାକ୍ତର ଦିବସ: ବିଧାନ ଚନ୍ଦ୍ରଙ୍କୁ ସ୍ମରଣ କଲେ ଶତାୟୁ

ଜୁଲାଇ ଏକ ତାରିଖ ଜାତୀୟ ଡାକ୍ତର ଦିବସ । ଏହି ଦିବସ ବିଶିଷ୍ଟ ଡାକ୍ତର ତଥା ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଡ. ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ କରାଯାଉଛି । ଏହି ଅବସରରେ ଜିଲ୍ଲା ରେଡକ୍ରସ ପକ୍ଷରୁ ଜିଲ୍ଲାର କୋରୋନା ଯୋଦ୍ଧା ଡାକ୍ତର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ତେବେ ବିଧାନ ଚନ୍ଦ୍ରଙ୍କ ସହିତ ବୌଦ୍ଧ ଗଡଜାତର ରହିଥିଲା ନିବିଡ ସମ୍ପର୍କ । କାରଣ ବୌଦ୍ଧ ଗଡଜାତର ଶେଷ ରାଜା ନାରାୟଣ ପ୍ରସାଦ ଦେବଙ୍କ ସେ ଅତି ଘନିଷ୍ଠ ବନ୍ଧୁ ସହିତ ରାଜମାତା ସୌଦାମିନୀ ଦେବୀଙ୍କ ସ୍ବାସ୍ଥ୍ୟର ଚିକିତ୍ସା ମଧ୍ୟ କରୁଥିଲେ । ବିଧାନ ଚନ୍ଦ୍ରଙ୍କ ରାଜତନ୍ତ୍ର ଶାସନ କାଳରେ ବୌଦ୍ଧ ସହ ସମ୍ପର୍କ ବିଷୟରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ପ୍ରକାଶ କରିଛନ୍ତି ।

ଜାତୀୟ ଡାକ୍ତର ଦିବସ: ବିଧାନ ଚନ୍ଦ୍ରଙ୍କୁ ସ୍ମରଣ କଲେ ଶତାୟୁ

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details