ଓଡିଶା

odisha

ETV Bharat / state

ନାରାୟଣ ପ୍ରସାଦରେ ଅପହଞ୍ଚ ସରକାରୀ ଯୋଜନା, ସମସ୍ୟା ଭୋଗୁଛନ୍ତି ଲୋକ - narayana prasad panchayat news

ବୌଦ୍ଧ ଜିଲ୍ଲା ଉପାନ୍ତ ନାରାୟଣ ପ୍ରସାଦ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା । ରାସ୍ତା ଘାଟ ନଥିବାକୁ ସମସ୍ୟା ଭୋଗୁଛନ୍ତି ପଞ୍ଚାୟତବାସୀ । ଅଧିକ ପଢନ୍ତୁ

ଉପାନ୍ତ ନାରାୟଣ ପ୍ରସାଦ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା
ଉପାନ୍ତ ନାରାୟଣ ପ୍ରସାଦ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା

By

Published : Nov 3, 2022, 10:36 AM IST

ବୌଦ୍ଧ:ସ୍ବାଧୀନତାକୁ 75 ବର୍ଷ ପୂରଣ କରିଛି । ହେଲେ ଏବେ ବି ସ୍ବାଭାବିକ ହୋଇନାହିଁ ଲୋକଙ୍କ ଜୀବନ । କଥାରେ ଅଟକିିଛି କାମ ବାଟବଣା ହୋଇଛି ବିକାଶ । ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଜନତା । ରାସ୍ତା ଘାଟ ସମସ୍ୟାର ଜୁଝି ହେଉଛନ୍ତି ଲୋକ । ବୌଦ୍ଧ ଜିଲ୍ଲା ଉପାନ୍ତ ନାରାୟଣ ପ୍ରସାଦ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା । ରାସ୍ତା ଘାଟ ନଥିବାକୁ ସମସ୍ୟା ଭୋଗୁଛନ୍ତି ପଞ୍ଚାୟତବାସୀ । ଗମନାଗମନର ଅବ୍ୟବସ୍ଥା ବିକାଶରେ ମୁଖ୍ୟ ପ୍ରତିବନ୍ଧକ ହୋଇଥିବା ବେଳେ ଉପାନ୍ତ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି ।

ଉପାନ୍ତ ନାରାୟଣ ପ୍ରସାଦ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା

ସରକାରଙ୍କ ବିକାଶ ମୂଳକ ଯୋଜନା ଉପାନ୍ତ ପଞ୍ଚାୟତରେ ଅପହଞ୍ଚ ହୋଇଛି । ଏକଦା ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଥିବା ପଞ୍ଚାୟତରେ ଗମନାଗମନର ସମସ୍ୟା ଠାରୁ ନେଇ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କନ୍ଧମାଳ ସୀମାନ୍ତ ନାରାୟଣ ପ୍ରସାଦ ପଞ୍ଚାୟତ। ବଣ ଜଙ୍ଗଲ ଘେରା ଏହି ପଞ୍ଚାୟତରେ ବାର ଗୋଟି ଓ୍ବାର୍ଡ ଥିବା ବେଳେ ପଞ୍ଚାୟତର ଲୁଣ୍ଡୁରୁ,ସାର୍କାସୁରୁ, କୁମ୍ଭୀଖେତା,ଲଣ୍ଡନପଡା ଭଳି ଅନେକ ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ଫଳରେ ଏସବୁ ଅଞ୍ଚଳରେ ସରକାରଙ୍କ କଲ୍ୟାଣକାରୀ ଅପହଞ୍ଚ ହୋଇରହିଛି । ଏହାଛଡା ଦୀର୍ଘ ଦିନ ହେଲା ନାରାୟଣ ପ୍ରସାଦ ଠାରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ ଏନେଇ କୌଣସି ସୁଫଳ ମିଳିପାରି ନାହିଁ ।

ଏହା ବି ପଢନ୍ତୁ...ରାଜରାସ୍ତାରେ ଧନ୍ଦାମୂଳକ ଶିକ୍ଷକ, ଦାବି ପୂରଣ ନହେଲେ ପାଠପଢ଼ା ବନ୍ଦ ଚେତାବନୀ

ସେହିପରି ପଡୋଶୀ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପଞ୍ଚାୟତ ଠାରୁ ନାରାୟଣ ପ୍ରସାଦ ପର୍ଯ୍ୟନ୍ତ ଥିବା ଘାଟି ରାସ୍ତା ଉପରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସମେତ ସୋନପୁର, କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାର ଅଧିବାସୀ ମାନେ ନିର୍ଭର କରିଥାନ୍ତି । କିନ୍ତୁ ଉକ୍ତ ରାସ୍ତାଟି ଜଙ୍ଗଲ ବିଭାଗ ଅଧିନରେ ଥିବାରୁ ଏହି ରାସ୍ତାର ଉନ୍ନତି ଘଟିପାରୁନାହିଁ । ଏଥିସହିତ ନାରାୟଣ ପ୍ରସାଦ ପଞ୍ଚାୟତରେ ପାନୀୟଜଳ ଓ ଜଳସେଚନର କୌଣସି ବ୍ୟବସ୍ଥା ନଥିବାରୁ ଏନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details