ବୌଦ୍ଧ: ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ସାରା ରାଜ୍ୟରେ ନନ୍ଦ ଉତ୍ସବ ପାଳିତ ହୋଇଛି । ତେବେ ବୌଦ୍ଧ ଜିଲ୍ଲା ବୁଟୁପାଲି ଗ୍ରାମରେ ବହୁକାଳରୁ ମୁକ୍ତାକାଶ ନନ୍ଦୋତ୍ସବ ଏକ ନିଆରା ଶୈଳୀରେ ପାଳିତ ହୋଇଆସୁଛି ।
ନିଆରା ଢଙ୍ଗରେ ନନ୍ଦୋତ୍ସବ ପାଳନ - ବୌଦ୍ଧ
ସାରା ରାଜ୍ୟରେ ଧୁମଧାମରେ ପାଳିତ ହୋଇଛି ନନ୍ଦୋତ୍ସବ । ଅନୁରୂପ ଭାବେ ବୌଦ୍ଧ ଜିଲ୍ଲାରେ ମଧ୍ୟ ପାଳିତ ହୋଇଛି କୃଷ୍ଣ ଜନ୍ମୋତ୍ସବ । କିନ୍ତୁ ଜିଲ୍ଲାର ବୁଟୁପାଲି ଠାରେ ନିଆରା ଢଙ୍ଗରେ ପାଳିତ ହୋଇଛି ନନ୍ଦୋତ୍ସବ ।
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ଭକ୍ତ ଓ ଦର୍ଶକଙ୍କ ଗହଣରେ ଗୋପାଳ ବାଳକଙ୍କ ସହିତ କୃଷ୍ଣ ଓ ବଳରାମ ଗ୍ରାମ ଭ୍ରମଣ ସହ ଦହିହାଣ୍ଡି ଭାଙ୍ଗିଥିଲେ । ଚାରିଗୋଟି ସୁସଜ୍ଜିତ ରଥରେ ପ୍ରତ୍ୟେକ ବର୍ଷ ଭଳି ଗୋପପୁର ପାଲଟିଥିବା ବୁଟୁପାଲିର ପ୍ରତ୍ୟେକ ସ୍ଥାନକୁ ପରିଭ୍ରମଣ କରିଥିଲେ । ଶହ ଶହ ସଂଖ୍ୟାରେ କୃଷ୍ଣପ୍ରେମୀ ଭକ୍ତ ବୁଟୁପାଲି ଠାରେ ରୁଣ୍ଡ ହୋଇ ଏହି ଦିବ୍ୟ ଦୃଶ୍ୟକୁ ଆନନ୍ଦ ଉଲ୍ଲାସର ସହିତ ଉପଭୋଗ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ