ବୌଦ୍ଧ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ମଠ ମନ୍ଦିରଠାରୁ ଆରମ୍ଭ କରି ଘରେ ଘରେ ଦେଖିବାକୁ ମିଳିଥିବା ଶ୍ରୀକୃଷ୍ଣଙ୍କ ଲୀଳା । ଆନନ୍ଦ ଉଲ୍ଲାସର ସହିତ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ସହିତ ନନ୍ଦ ଉତ୍ସବ ପାଳିତ । ଗତକାଲି ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଧୁମ୍ଧାମ୍ରେ ପାଳନ କରାଯାଇଥିବା ବେଳେ ଆଜି ଗୋପପୁରରେ ନନ୍ଦ ଉତ୍ସବ ପାଳିତ ହୋଇଛି । ତେବେ ଶ୍ରୀକୃଷ୍ଣଙ୍କ ଜନ୍ମ ଖବର ପାଇ ଉଭୟ ଶକଟାସୁର ଓ ବକାସୁର ଗୋପପୁରରେ ପହଞ୍ଚି ଥିବା ବେଳେ ତାଙ୍କ ବଦ୍ଧ କରିଛନ୍ତି ଶ୍ରୀକୃଷ୍ଣ ।
ଏହା ମଧ୍ୟ ପଢନ୍ତୁ...ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ
ବୌଦ୍ଧ ଜିଲ୍ଲାର କଳାଗ୍ରାମ ବୁଟୁପାଲି ଆଜି ଗୋପପାଲିରେ ପରିଣତ ହୋଇଥିଲା । ବୁଟୁପାଲି ଗ୍ରାମର ଆବାଳ ବୃଦ୍ଧବନିତା ଆଜି ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବକୁ ଧୁମଧାମରେ ପାଳନ କରିଛନ୍ତି । ଗତକାଲି ବିଳମ୍ବିତ ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଖବର ପରେ ଆନନ୍ଦରେ ସମଗ୍ର ବୁଟୁପାଲିରେ ମିଷ୍ଟାନ୍ନ ବଣ୍ଟନ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜନ୍ମାଷ୍ଟମୀ ପାଇଁ ବୌଦ୍ଧ ଟାଉନ ହଲ୍ ଠାରେ ଇସ୍କନ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ଭାବରେ ଜନ୍ମାଷ୍ଟମୀ ମହୋତ୍ସବ ଓ ଭାଗବତ କଥାର ଆୟୋଜନ କରାଯାଥିବା ବେଳେ ସାରା ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।