ବୌଦ୍ଧ:ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ପାର୍କ ନନ୍ଦନବନ ସଫାରୀ (Nandanban Safari of Boudh District) । ବୌଦ୍ଧ ଜିଲ୍ଲା ବୀରନରସିଂପୁର ଓ ମଥୁରା ପଞ୍ଚାୟତର ପ୍ରାୟ ୧୫ଶହ ଏକର ପରିମିତ ଅଞ୍ଚଳର ଥିବା ନନ୍ଦନବନ ସଫାରୀରେ ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଶୀତ ଋତୁ ଚାଲିଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାରିଆଡୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।
କଣ କଣ ରହିଛି ନନ୍ଦନବନରେ ?
ବିଭିନ୍ନ ପ୍ରକାର ପାର୍କ ସହିତ ଯୋଗ ଗାର୍ଡେନ, ବଟରଫ୍ଲାଏ ଗାର୍ଡେନ, ଫୁଲ ବଗିଚା ରହିଛି ଏହି ନନ୍ଦନବନ ସଫାରୀରେ । ଏହାସହିତ ଦୁସାହାସିକ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ପ୍ରକାର କ୍ୟାମ୍ପ ମଧ୍ୟ ରହିଛି । ବୌଦ୍ଧ ଜିଲ୍ଲାରେ ଏଭଳି ପାର୍କ ରହିଥିବାରୁ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଅନୁଭବ କରୁଛନ୍ତି । ବିଶେଷ କରି ଏହି ଶୀତ ଋତୁରେ ଏଠାରେ ପର୍ଯ୍ୟଟକଙ୍କର ନାହିଁନଥିବା ଭିଡ଼ ଜମିଥାଏ (Nandanban Safari is full of natural beauty in Boudh) ।
ନନ୍ଦନବନ ଓ ଯାଯାବର ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଯୁବ ବର୍ଗଙ୍କୁ ସ୍ବାବଲମ୍ବୀ ପାଇଁ ପ୍ରଚେଷ୍ଟା କରାଯାଉଛି । ଜିଲ୍ଲାରେ ଶୀତ ସହିତ ବୃଦ୍ଧି ପାଉଛି ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ବଣଭୋଜି । ତେବେ ବର୍ତ୍ତମାନ ଶୀତ ଓ ଶରତ ଋତୁରେ ଏଠାକାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇ ଉଠିଥିବା ବେଳେ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରୁଛି ନନ୍ଦନବନ ସଫାରୀ । ସମ୍ପୂର୍ଣ୍ଣ ଗୁମ୍ଫାମୟ ଜଙ୍ଗଲ ଠାରୁ ନେଇ ବିଭିନ୍ନ ଜଳ ଉତ୍ସ, ଦୁର୍ଲ୍ଲଭ ପୁଷ୍ପରାଜି, ଶତାଧିକ ପ୍ରଜାତିର ଔଷଧୀୟ ଗୁଳ୍ମଲତା, ପ୍ରଜାତିର ବିଭିନ୍ନ ପ୍ରଜାପତି,ବନ୍ୟପ୍ରାଣୀ ଓ ସବୁଜିମାରେ ପରିପୂର୍ଣ୍ଣ ରହିଛି ।