ବୌଦ୍ଧ:ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଥିବା ମାଝୀସାହିରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ଼ ଦୁର୍ନୀତି ସାମନାକୁ ଆସିଛି । ମାଝୀସାହିର 10ରୁ ଊର୍ଦ୍ଧ୍ବ ଗରିବ ଲୋକଙ୍କ ନାମକୁ ଇସିସି ତାଲିକାରୁ ସମ୍ପୂର୍ଣ୍ଣ ଭାବେ ଗାଏବ କରି ଦେଇଥିବା ଅଭିଯୋଗ ହୋଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଲମ୍ବା ତାଲିକା ଦିନକୁ ଦିନ ବୃଦ୍ଧି ପାଉଛି । ଏହି ତାଲିକାରେ ବଘିଆପଡା ପଞ୍ଚାୟତ ଯୋଡି ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଥିବା ମାଝୀସାହିରୁ ଆବାସ ଯୋଜନା ବିରୋଧରେ ଏକ ଚଞ୍ଚକତା ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ମାଝୀସାହିର ଦଶରୁ ଊର୍ଦ୍ଧ୍ବ ଗରିବ ଦିନ ମଜୁରିଆଙ୍କୁ ସରକାରଙ୍କ ପକ୍ଷରୁ ଆବାସ ଗୃହ ମିଳିବା ନେଇ ଇସିସି ତାଲିକାରେ ନାମ ରହିଥିଲା ।