ବୌଦ୍ଧ:ବୌଦ୍ଧ ଗଡ ପୌର ପରିଷଦ ପିନ୍ଧିଲା ସମ୍ବଲପୁରୀ ପୋଷାକ । ସମ୍ବଲପୁରୀ ପୋଷାକରେ ହେଲା ଅଭିଯୋଗ ଶୁଣାଣି । ବୌଦ୍ଧ ଜିଲ୍ଲାର ଏକ ମାତ୍ର ପୌରାଞ୍ଚଳର ସମସ୍ତ ସରକାରୀ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧି ସାଇକେଲ ଚଲାଇ କାର୍ଯ୍ୟାଳୟକୁ ଆସିଲେ ।
ପ୍ରତ୍ୟେକ ଗୁରୁବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପରିଷଦରେ ଅନୁଷ୍ଠିତ ହୋଇଥାଏ । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହ ପୌର ପରିଷଦର ସମସ୍ତ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧି ଅଭିଯୋଗ ଶୁଣାଣିରେ ସାମିଲ ହୋଇଥିଲେ । ଏହି ଅବସରରେ ପରିଷଦର ସମସ୍ତ କର୍ମଚାରୀଙ୍କୁ ପରିଚୟପତ୍ର କାର୍ଡ ପ୍ରଦାନ କରାଯାଇ ଏହାର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା।