ଓଡିଶା

odisha

ETV Bharat / state

ବିପର୍ଯ୍ୟସ୍ଥ ଅବସ୍ଥାରେ ବୌଦ୍ଧର ବନ୍ୟା ଆଶ୍ରୟସ୍ଥଳୀ

ଉଦେଶ୍ୟ ଥିଲା ଅସହାୟଙ୍କୁ ସହାୟ ହେବ କିନ୍ତୁ ସମୟ ଚକ୍ରରେ ଏବେ ନିଜେ ଖୋଜୁଛି ସହାୟତା । ଏଭଳି ଦୟନୀୟ ପରିସ୍ଥିତିରେ ଛିଡା ହୋଇଛି ବାତ୍ୟା ଆଶ୍ରୟସ୍ଥଳ ।

By

Published : Aug 6, 2019, 3:55 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବନ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଛି ବିଭିନ୍ନ ସୁବିଧା । ବୌଦ୍ଧ ଜିଲ୍ଲାରେ ନିର୍ମାଣ ହୋଇଛି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ । କିନ୍ତୁ କିଭଳି ଚାଲିଛି ଏହି ଜନ କଲ୍ୟାଣକାରୀ ସ୍ଥାନ, ତାକୁ ପରଖିବାକୁ ଆମ ଇଟିଭି ଭାରତ ଟିମ ପହଞ୍ଚିଥିଲା ଏକ ବାତ୍ୟା ଆଶ୍ରୟସ୍ଥଳୀରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ଚାରି ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ବୌଦ୍ଧ ପୌର ପରିଷଦ ଅଧିନରେ ରହିଛି ଆଉ ଏକ ଆଶ୍ରୟସ୍ଥଳୀ । ତେବେ ବୌଦ୍ଧ ବ୍ଲକର ବହିରାଠାରେ ସରକାରୀ ଖର୍ଚ୍ଚରେ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳୀ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ । ଏଠାରେ ଆଶ୍ରୟ କୋଠା ନିର୍ମାଣ ହୋଇଛି ସତ, କିନ୍ତୁ ଏଠାରେ ନା ଅଛି ପାଣି, ନା ଅଛି ବିଦ୍ୟୁତ ।

ଏପଟେ ଯେଉଁମାନେ ଏହାର ଫାଇଦା ପାଇବା କଥା ସେମାନେ ଖୁବ ଦୂରରେ । ଫଳରେ ଆଶ୍ରୟସ୍ଥଳୀ ନିର୍ମାଣ ହୋଇ ମଧ୍ୟ ନିରାଶ୍ରୟ ହୋଇ ପଡିରହିଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏସବୁ ସ୍ଥାନୀୟ କମିଟି ଗଠନ ପରେ ସବୁ ସମାଧାନ ହେବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details