ବୌଦ୍ଧ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲାରେ ଅକ୍ସି ଟୁରିଜିମ ବା ପ୍ରକୃତି ପର୍ଯ୍ୟଟନର ବିକାଶ ଦିଗରେ ସହାୟତା କରିବେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ । ସାଂସଦଙ୍କ ବୌଦ୍ଧ ଗସ୍ତ ଅବସରରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ସମୟରେ ଏଭଳି ସୂଚନା ମିଳିବା ପରେ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।
ଅକ୍ସି ଟୁରିଜିମର ବିକାଶଦିଗରେ ସମସ୍ତ ସହାୟତା ଯୋଗାଇବେ ସାଂସଦ ଅକ୍ସି ଟୁରିଜିମର ବିକାଶଦିଗରେ ସମସ୍ତ ସହାୟତା ଯୋଗାଇବେ ସାଂସଦ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଐତିହାସିକ କିର୍ତ୍ତିରାଜୀ ବିମଣ୍ଡିତ ବୌଦ୍ଧ ଜିଲ୍ଲା । ଜିଲ୍ଲାର କୋଣ ଅନୁକୋଣରେ ପ୍ରକୃତି ତାର ଅପରୂପ ସୌନ୍ଦର୍ଯ୍ୟ ବିଛାଇ ରଖିଛି । ବର୍ତ୍ତମାନ ସମୟରେ ଈକୋ ଟୁରିଜିମରୁ ବୌଦ୍ଧ ଜିଲ୍ଲାକୁ ବାଦ ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଜିଲ୍ଲାରେ ପ୍ରଥମ ଥର ପାଇଁ ଅକ୍ସି ଟୁରିଜିମ ବା ପ୍ରକୃତି ପର୍ଯ୍ୟଟନର ବିକାଶ ପାଇଁ ପ୍ରସ୍ତାବ ରହିଥିଲା ।
ଅକ୍ସି ଟୁରିଜିମର ବିକାଶଦିଗରେ ସମସ୍ତ ସହାୟତା ଯୋଗାଇବେ ସାଂସଦ ଗତ ବୁଧବାର କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଅକ୍ସି ଟୁରିଜିମ ଭଳି ଅଭିନବ ପଦକ୍ଷେପକୁ ବେଶ ପ୍ରଶଂସା କରିବା ସହ ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ରର କିଭଳି ଆହୁରି ବିକାଶ ହୋଇପାରିବ ସେନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।
ଅକ୍ସି ଟୁରିଜିମର ବିକାଶଦିଗରେ ସମସ୍ତ ସହାୟତା ଯୋଗାଇବେ ସାଂସଦ ଏଠାରେ ପ୍ରକାଶ ଥାଉ କି, ଜିଲ୍ଲାର କଣ୍ଟାମାଳ ବ୍ଲକର ଦେଢଶୁର ଭାଇବୋହୁ ପାହାଡ ଶୃଙ୍ଖଳା, ଖଣ୍ଡିକନପା, ଡମ୍ବରୁଗଡ, ନାଏକପଡା, ମର୍ଜାକୁଦ, ବୀରନରସିଂପୁର, କୁମ୍ଭୀଦରହ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନର ବିକାଶ ସହ ଶୀତଳପାଣି ଦେଇ ଯାଇଥିବା ପ୍ରାଚୀନ ଶ୍ରୀ ଜଗନ୍ନାଥ ସଡକର ପୁନଃରୁଦ୍ଧାର ସମ୍ପର୍କରେ ଆଲୋଚନା ହୋଇଥିଲା ।
ଅକ୍ସି ଟୁରିଜିମର ବିକାଶଦିଗରେ ସମସ୍ତ ସହାୟତା ଯୋଗାଇବେ ସାଂସଦ ବୌଦ୍ଧ ଜିଲ୍ଲାପାଳ ସାଂସଦଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଈଟିଭି ଭାରତକୁ ସୂଚନା ଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ସ୍ବାଗତ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ