ଓଡିଶା

odisha

ETV Bharat / state

ଦୁଇ ଦିନରେ କୋଟିଏରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ - ଗଞ୍ଜେଇ ଜବତ

ଚୋରା ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବୌଦ୍ଧ ଜିଲ୍ଲା । କେବଳ ଚଳିତ ଗୋଟିଏ ମାସ ମଧ୍ୟରେ ସାରା ବର୍ଷର ରେକର୍ଡ ଭାଙ୍ଗି କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଧରାପଡିଛି ।

ଦୁଇ ଦିନରେ କୋଟିଏ ରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ
ଦୁଇ ଦିନରେ କୋଟିଏ ରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ

By

Published : Aug 9, 2021, 1:53 PM IST

ବୌଦ୍ଧ:ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି ବୌଦ୍ଧ ଜିଲ୍ଲା । ଜିଲ୍ଲାର ବାଉଁଶୁଣୀ, ମନମୁଣ୍ଡା,କଣ୍ଟାମାଳ ଓ ବୌଦ୍ଧ ଥାନା ଅଞ୍ଚଳର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଚାଲିଛି ଏହି ସବୁଜ ଜହରର ଚାଷ । ଆଉ ଏହି ବେଆଇନ କାରବାର ପଛରେ କେତେକ ନିର୍ଦ୍ଦିଷ୍ଟ ବିଭାଗ ସମେତ ତଥାକଥିତ ବୁଦ୍ଧିଜୀବୀ ଓ ନେତାଙ୍କ ହାତ ରହିଛି । ଏହି ଚାରିଗୋଟି ଥାନା ଅଞ୍ଚଳରେ ପ୍ରତ୍ୟେକ ବର୍ଷ ହଜାର ହଜାର ଏକର ଜଙ୍ଗଲ ଜମିରୁ ହଜାର ହଜାର କୋଟି ଟଙ୍କାର ବେଆଇନ ଗଞ୍ଜେଇ କେବଳ ଜିଲ୍ଲା କିମ୍ବା ଜିଲ୍ଲା ବାହାରକୁ ନୁହେଁ ଦେଶର ବିଭିନ୍ନ ରାଜ୍ୟକୁ ଏଠାରୁ ଚୋରା ଚାଲାଣ ହୋଇଥାଏ ।

ଦୁଇ ଦିନରେ କୋଟିଏ ରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ

ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏତେ ସବୁ ବେଆଇନ କାରବାର ହେଉଥିଲେ ମଧ୍ୟ ଜିଲ୍ଲାର ଅବକାରୀ, ପୋଲିସ ଓ ଜଙ୍ଗଲ ବିଭାଗ କିଭଳି ସୂଚନା ପାଇପାରୁ ନାହିଁ ସେନେଇ ଉଠିଛି ପ୍ରଶ୍ନବାଚୀ । ଏହି ବେଆଇନ ଗଞ୍ଜେଇ ବେପାର ଯୋଗୁଁ ଜିଲ୍ଲାରେ ଅପରାଧିକ ମାମଲା ବୃଦ୍ଧି ସହିତ ଚୋରା ବନ୍ଧୁକ ବେପାର ମଧ୍ୟ ଚାଲିଥିବା ସୂତ୍ରରୁ ଜଣାପଡିଛି । ଚଳିତ ବର୍ଷ ବୀରନରସିଂପୁର ଅଞ୍ଚଳରେ ଏକ ନୂତନ ଗଞ୍ଜେଇ ଚାଷ ଅଞ୍ଚଳକୁ ଏସଟିଏଫ ଠାବ କରି ଏକ ଟ୍ରକ ଚୋରା ଗଞ୍ଜେଇ ଧରିବାରେ ସଫଳ ହୋଇଥିଲା ।

ସେପଟେ ଗତ ମାସ ରଥଯାତ୍ରା ଦିନ କାର୍ଯ୍ୟରେ ଯୋଗଦେଇଥିବା ବୌଦ୍ଧର ନୂତନ ଏସପି ଜ୍ଞାନ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ କେବଳ ଚଳିତ ମାସକ ମଧ୍ୟରେ ପ୍ରତ୍ୟେକ ଦିନ ଗଞ୍ଜେଇ ଧରପଗଡ ଚାଲିଛି । ସୂଚନା ମୁତାବକ କେବଳ ଚଳିତ ମାସକର ଜବତ ଗଞ୍ଜେଇ ଗୋଟିଏ ବର୍ଷର ଜବତ ଗଞ୍ଜେଇ ଠାରୁ ମଧ୍ୟ ଢେର ଅଧିକ ବୋଲି ଜଣାପଡିଛି । ଏହି କାରଣରୁ ବିଭିନ୍ନ ଅସାଧୁ ପୋଲିସ କର୍ମଚାରୀ ମାନେ ଅତିଷ୍ଠ ହୋଇ ପ୍ରତିକ୍ରିୟାଶୀଳ ହୋଇ ପଡିଲେଣି । ଦୁଇ ଦିନ ପୂର୍ବରୁ ମାଳତୀ ଗୋଛାପଡା ଅଞ୍ଚଳରୁ ଓ ଗତକାଲି କଣ୍ଟାମାଳ ତରଭା ଥାନା ଅଞ୍ଚଳରୁ ଏସଟିଏଫ ଓ ପୋଲିସ ଚଢ଼ାଉରେ ଏକ କୋଟିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ଘଟଣା ବିଭିନ୍ନ ଦିଗ ପ୍ରତି ଅଙ୍ଗୁଳି ଉଠାଇଛି । ଜିଲ୍ଲାର ବିଭିନ୍ନ ଥାନା ଓ ତଥାକଥିତ ନେତାଙ୍କ ସମ୍ପର୍କରେ ତଦନ୍ତ କରାଗଲେ ଆହୁରି ଅଧିକ ଗୁମର ଫିଟିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details