ବୌଦ୍ଧ: ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଅସମ୍ଭାଳ ହେଉଛି ସ୍ଥିତି। ଏପଟେ ବୌଦ୍ଧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୮ ନୂତନ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩୮ ରେ ପହଞ୍ଚିଛି । ଏଥିସହିତ ଆଉ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ମୋଟ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ପାଇଛି ।
ସେପଟେ ଗତ ୨୮ ତାରିଖରୁ କୋରୋନାରେ ଆକ୍ରାନ୍ତ ହୋଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ନିଜ ପଞ୍ଚାୟତ ଟିଏମସିରେ ସଙ୍ଗରୋଧରେ ରହି ଅନ୍ୟ ବିଧାୟକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସରକାରଙ୍କ ପକ୍ଷରୁ ଭୁବନେଶ୍ବର ସମ ହସପିଟାଲରେ ସମସ୍ତ ବିଧାୟକଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମହୀଧର ପଞ୍ଚାୟତ ଟିଏମସିରେ ଚିକିତ୍ସିତ ହେଉଛନ୍ତି ।