ଓଡିଶା

odisha

By

Published : Oct 29, 2022, 11:02 PM IST

Updated : Oct 29, 2022, 11:10 PM IST

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡର ମକଡ୍ରିଲ

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡର ମକଡ୍ରିଲ (Mock drill program in district collector office)। ଖୋଦ ଜିଲ୍ଲାପାଳ ପଦଯାତ୍ରା କରି ଲୋକଙ୍କୁ ସଚେତନତାର ବାର୍ତ୍ତା ସହିତ ବିପର୍ଯ୍ୟୟ ସମୟରେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ଅଧିକ ପଢ଼ନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡର ମକଡ୍ରିଲ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡର ମକଡ୍ରିଲ

ବୌଦ୍ଧ :ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡର ମକଡ୍ରିଲ । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ଏହି ଅଗ୍ନିକାଣ୍ଡର ମକଡ୍ରିଲ। ଖୋଦ ଜିଲ୍ଲାପାଳ ଏଥିପାଇଁ ପଦଯାତ୍ରା କରି ଲୋକଙ୍କୁ ସଚେତନତାର ବାର୍ତ୍ତା ସହିତ ବିପର୍ଯ୍ୟୟ ସମୟରେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲା ବନ୍ୟା ସହିତ ବଜ୍ରପାତର ଏକ ପ୍ରମୁଖ ସ୍ଥାନ । କିନ୍ତୁ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଳମେଳର ଅଭାବ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥାଏ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡର ମକଡ୍ରିଲ

ଏ ସବୁକୁ ଦୂର କରି ସାହାସ ଓ ଧୈର୍ଯ୍ୟର ସହିତ ବିପର୍ଯ୍ୟୟର ମୁକାବିଲା ପାଇଁ ବୌଦ୍ଧ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ଏଥିପାଇଁ ସ୍ବତନ୍ତ୍ର ଭାବରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମକଡ୍ରିଲ ପ୍ରଦର୍ଶନ କରିଥିଲେ। ରାଜ୍ୟର ସର୍ବାଧିକ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ବୌଦ୍ଧ ଜିଲ୍ଲାରେ ହେଉଥିବା କାରଣରୁ ଜିଲ୍ଲାପାଳ ଏନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ । ତେଣୁ ଏହାକୁ ଆଧାରିତ କରି ଯୁବ କଳାକାର ବଜ୍ରପାତ ସମ୍ପର୍କରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରିବାକୁ ଚେଷ୍ଟା କରିଥିଲେ।

ଏ ସମ୍ପର୍କରେ ସ୍ବେଚ୍ଛାସେବୀ ପ୍ରବୀର କୁମାର ଦାସ କହିଛନ୍ତି, ''ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯେଉଁ ଅଗ୍ନିକାଣ୍ଡର ମକଡ୍ରିଲ କରାଗଲା ସେଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ। ଏଥିରେ ମୁଖ୍ୟ ନେତୃତ୍ୟ ନେଇଥିଲେ ଜିଲ୍ଲାପାଳ। ୧୯୯୯ ସୁପର ସାଇକ୍ଲୋନ ପରେ ଆମେ ସମସ୍ତେ ସତର୍କ ହେଲେ । ଏନେଇ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ସେହିଦିନ ଠୁ ପାଳନ କରିଆସୁଛେ ।''

ସେହିପରି ଜିଲ୍ଲାପାଳ କହିଛନ୍ତି, ''୧୯୯୯ ଅକ୍ଟୋବର ୨୯ ତାରିଖରେ ହୋଇଥିଲା ମହାବାତ୍ୟା । ଯେଉଁଥିରେ କି ପାଖାପାଖି ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ତେବେ ଏମାନଙ୍କ ମଧ୍ୟରୁ ଆଜି ବି ୨ଶହରୁ ୩ଶହ ଲୋକଙ୍କର କୌଣସି ପତ୍ତା ମିଳିନାହିଁ । ୧୯୯୯ ମସିହା ପରଠୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଆମପାଇଁ ଏକ ସ୍ମୃତି ହୋଇ ରହିଯାଇଛି । ନିକଟରେ ଅନେକ ବାତ୍ୟା ଯେପରିକି ଫାଇଲିନ, ହୁଡହୁଡ ଭଳି ବାତ୍ୟାର ମୁକାବିଲା କରିଛୁ। ଆଉ ସଫଳ ମଧ୍ୟ ହୋଇଛୁ ।''

ଇଟିଭି ଭାରତ, ବୌଦ୍ଧ

Last Updated : Oct 29, 2022, 11:10 PM IST

ABOUT THE AUTHOR

...view details