ବୌଦ୍ଧ:ନିର୍ବାଚନ ପୂର୍ବରୁ କଥା ଦେଇ କଥା ରଖିଲେ ଇଞ୍ଜିନିୟର ବାବୁ । ଅପହଞ୍ଚ ଇଲାକାରେ ପହଞ୍ଚିବ ମୋବାଇଲ ଟାଓ୍ବାର ସେବା । ଯୁବ ଇଞ୍ଜିନିୟରଙ୍କ ଉଦ୍ୟମ କ୍ରମେ ବୌଦ୍ଧ ଜିଲ୍ଲାର ଦୁଇଟି ଦୁର୍ଗମ ଅଞ୍ଚଳବାସୀ ଖୁବଶୀଘ୍ର ଏହି ସେବା ପାଇବାକୁ ଯାଉଛନ୍ତି । ମୋବାଇଲ ଓ ଇଣ୍ଟରନେଟରୁ ବଞ୍ଚିତ ଥିବା ଅଞ୍ଚଳବାସୀଙ୍କୁ ଡିଜିଟାଲ ଇଣ୍ଡିଆ(Digital India ) ସହିତ ଯୋଡିବାକୁ ସ୍ଥାନୀୟ ଇଞ୍ଜିନିୟରଙ୍କ ଜଣଙ୍କ ଉଦ୍ୟମ ଜାରି ରଖିଛନ୍ତି ।
ସ୍ବାଧୀନତାର ଅନେକ ବର୍ଷ ପରେ ଓ ରାଜ୍ୟରେ ୨୦ ବର୍ଷରୁ ଅଧିକ ସମୟ ଧରି ଏକ ସ୍ଥିର ସରକାର ଥିବା ସତ୍ତ୍ବେ, ବୌଦ୍ଧ ଜିଲ୍ଲାର ୬୯ ପଞ୍ଚାୟତ ମଧ୍ୟରୁ ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ପହଞ୍ଚି ପାରିନାହିଁ । ଫଳରେ ଆଜି ମଧ୍ୟ ଦୁର୍ଗମ ଅଞ୍ଚଳର ଅଧିବାସୀ ମୋବାଇଲ ଓ ଇଣ୍ଟରନେଟର ସେବାରୁ ବଞ୍ଚିତ ରହିଛନ୍ତି ।