ଓଡିଶା

odisha

By

Published : Feb 12, 2022, 8:11 AM IST

ETV Bharat / state

Panchayat Poll: ଉପାନ୍ତରେ ମୋବାଇଲ ନେଟୱାର୍କ ହେବ ପ୍ରସଙ୍ଗ

ବୌଦ୍ଧ ଜିଲ୍ଲାର ମହାଲିକପଡା ପଞ୍ଚାୟତରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସାଧାରଣ ଭୋଟର ଉତ୍ସାହିତ ଥିଲେ ମଧ୍ୟ ସରକାରୀ ଯୋଜନା ଓ ବିଶେଷ ଭାବରେ ମୋବାଇଲ ଟାଓ୍ବାରକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Panchayat Poll: ଉପାନ୍ତରେ ମୋବାଇଲ ନେଟୱାର୍କ ହେବ ପ୍ରସଙ୍ଗ
Panchayat Poll: ଉପାନ୍ତରେ ମୋବାଇଲ ନେଟୱାର୍କ ହେବ ପ୍ରସଙ୍ଗ

ବୌଦ୍ଧ: ଜିଲ୍ଲାର ଉପାନ୍ତ ପଞ୍ଚାୟତରେ ପହଞ୍ଚିପାରୁନି ସରକାରଙ୍କ ବିକାଶ ମୂଳକ ଯୋଜନା । ଜିଲ୍ଲାର ଏକମାତ୍ର ପଞ୍ଚାୟତ ଯେଉଁଠାରେ ମୋବାଇଲ ନେଟୱାର୍କ ଆଦୌ ନାହିଁ । ବୌଦ୍ଧ ଜିଲ୍ଲା 9 ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ମହାଲିକପଡା ପଞ୍ଚାୟତ, କୁଶଙ୍ଗ ପଞ୍ଚାୟତରୁ ଗତ 2017 ମସିହାରେ ଅଲଗା ହୋଇ ଏକ ସ୍ବତନ୍ତ୍ର ପଞ୍ଚାୟତ ହୋଇଥିଲା ।

Panchayat Poll: ଉପାନ୍ତରେ ମୋବାଇଲ ନେଟୱାର୍କ ହେବ ପ୍ରସଙ୍ଗ

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଞ୍ଚାୟତର ଅନେକ ଅଞ୍ଚଳକୁ ଯୋଗାଯୋଗ ପାଇଁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାରୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରିନଥାଏ । ପାନୀୟ ଜଳ ପାଇଁ ପଞ୍ଚାୟତବାସୀଙ୍କୁ ଦୂର ଦୂରାନ୍ତରୁ ପାଣି ସଂଗ୍ରହ କରିବାକୁ ପଡିଥାଏ ।

ତେବେ ପଞ୍ଚାୟତର ସବୁଠାରୁ ବଡ ସମସ୍ୟା ହେଲା, ଏହା ଜିଲ୍ଲାର ଏକମାତ୍ର ପଞ୍ଚାୟତ ଯେଉଁଠାରେ ମୋବାଇଲ ନେଟୱାର୍କ ଆଦୌ କାମ କରେନାହିଁ । ତେଣୁ, ଏହି ପଞ୍ଚାୟତରେ ଅନଲାଇନ ଶିକ୍ଷା ହେଉ କିମ୍ବା ଅନଲାଇନ ଅନ୍ୟ କୌଣସି କାର୍ଯ୍ୟ ଆଦୌ ହୋଇପାରି ନଥାଏ । ନିର୍ବାଚନ ସମୟ ଆସିଗଲେ ସ୍ଥାନୀୟ ଲୋକଙ୍କୁ ମାଳମାଳ ପ୍ରତିଶ୍ରୁତିରେ ପୋତି ପକାଉଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ କିନ୍ତୁ, ଭୋଟର ମାନେ ଉପଯୁକ୍ତ ପ୍ରାର୍ଥୀକୁ ଦେଖି ଭୋଟ ଦେବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details