ବୌଦ୍ଧ: ଜିଲ୍ଲା ଗସ୍ତରେ ମୋ ସରକାରର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ । ସେ ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିକ୍ଷାନୁଷ୍ଠାନ, ଛତୁଆ କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର, ସାମାଜିକ ସୁରକ୍ଷା ବ୍ୟବସ୍ଥା ସବୁ ବୁଲି ଦେଖିଥିଲେ ।
ଏଥିସହ ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିଲେ । ପୂର୍ବରୁ ରାଜ୍ୟର ଅନ୍ୟତମ ପ୍ରମୁଖ ଚକ୍ଷୁ ଡାକ୍ତରଖାନା ଏବେ ଅବହେଳିତ ହୋଇ ପଡିଥିବାରୁ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ । ଦୀର୍ଘ ବର୍ଷ ଧରି ଚକ୍ଷୁ ଡାକ୍ତରଖାନା ପ୍ରାୟତଃ ଅଚଳ ହୋଇଥିବାରୁ ସେଠାରେ ଡାଏଲିସିସ କେନ୍ଦ୍ର ଚାଲିଥିଲା ।