ବୌଦ୍ଧ: ସଂଗ୍ରହାଳୟ ଉଦଘାଟନର ଠିକ ସପ୍ତାହକ ପରେ ପ୍ରଥମ ମନ୍ତ୍ରୀ ଭାବରେ ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ । ଗତ ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଠାରେ ପ୍ରତିଷ୍ଠା ହୋଇଥିବା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟକୁ ଉଦଘାଟନ କରିଥିଲେ । ସେଦିନ ଦୁଇ ଜଣ ମନ୍ତ୍ରୀଙ୍କ ସମେତ ଜିଲ୍ଲାର ଦୁଇ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।
ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ - ସଂଗ୍ରହାଳୟ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ
ଗତ ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଠାରେ ପ୍ରତିଷ୍ଠା ହୋଇଥିବା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟକୁ ଉଦଘାଟନ କରିଥିଲେ । ସଂଗ୍ରହାଳୟ ଉଦଘାଟନର ଠିକ ସପ୍ତାହକ ପରେ ପ୍ରଥମ ମନ୍ତ୍ରୀ ଭାବରେ ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...
ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବୌଦ୍ଧ ଗସ୍ତ ଅବସରରେ ଜିଲ୍ଲା ମ୍ୟୁଜିୟମକୁ ବୁଲି ଦେଖିବା ସହ ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଭୁରି ଭୁରି ପ୍ରଶଂସା କରିଥିଲେ । ବ୍ରିଟିଶ ଶାସନ କାଳରେ ବୌଦ୍ଧ ଗଡଜାତର ସ୍ମୃତି ବହନ କରୁଥିବା ଏହି ସଂଗ୍ରହାଳୟ କେବଳ ଜିଲ୍ଲା ନୁହେଁ, ସାରା ରାଜ୍ୟର କୀର୍ତ୍ତି ସ୍ଥଳୀ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ।
ତେବେ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଉଭୟ ପ୍ରଶାସନ ଓ ଜନତାଙ୍କୁ ମନ୍ତ୍ରୀ ଧନ୍ୟବାଦ ଜ୍ଞାପନ ସହ ଆଗାମୀ ଦିନରେ ନିଶ୍ଚିତ ସଂସ୍କୃତି ବିଭାଗ ଏହାକୁ ହାତକୁ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ଦାସଙ୍କ ସହିତ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆଙ୍କ ସମେତ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ମ୍ୟୁଜିୟମ ପରିଦର୍ଶନ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
TAGGED:
museum visit minister