ଓଡିଶା

odisha

ETV Bharat / state

ବୌଦ୍ଧରେ ଖଣିଜ ସମ୍ପଦର ହରିଲୁଟ, ଚୁପ ବସିଛି ବନ ବିଭାଗ - mineral resources looted by mafia

ଦିନରାତି ଏକ କରି ମାଫିଆମାନେ ଜଙ୍ଗଲରୁ ବ୍ୟାପକ ଗଛ କାଟିବା ସହ ବେଆଇନ ପଥର ମେଟାଲ ଓ ବିଭିନ୍ନ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି ।

ଖଣିଜ ସମ୍ପଦର ହରିଲୁଟ
ଖଣିଜ ସମ୍ପଦର ହରିଲୁଟ

By

Published : Feb 2, 2021, 9:07 PM IST

ବୌଦ୍ଧ: ଲଘୁ ଖଣିଜ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାରୁ ଚାଲିଛି ଖୁଲମଖୁଲା ଲୁଟ । ଦିନରାତି ଏକ କରି ମାଫିଆମାନେ ଜଙ୍ଗଲରୁ ବ୍ୟାପକ ଗଛ କାଟିବା ସହ ବେଆଇନ ପଥର ମେଟାଲ ଓ ବିଭିନ୍ନ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଯାହାଫଳରେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ବ କ୍ଷତି ହେଉଥିବା ଅଭିଯୋଗ ହୋଇଛି ।

ଚୁପ ବସିଛି ବନ ବିଭାଗ
ବୌଦ୍ଧରେ ଖଣିଜ ସମ୍ପଦର ଲୁଟ ଅଭିଯୋଗ

ବିଭିନ୍ନ ନଦୀ ନାଳରୁ ବାଲି ଚୋରା ଚାଲାଣ ସହ ବିଭିନ୍ନ ଜଙ୍ଗଲରେ ବ୍ୟାପକ ଗଛ କାଟି ପଥର, ମୋରମ, ମେଟାଲ ଭଳି ସମ୍ପଦ ହରିଲୁଟ ହେଉଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅଧିନରେ ରହିଛି ଅନେକ ପଥର ଖାଦାନ ଓ ବାଲିଘାଟ ।

ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ପ୍ରତ୍ୟେକ ଦିନ ବାଲି ମାଫିଆମାନେ ଲୁଟ କରି ଚାଲିଛନ୍ତି ସରକାରୀ ଖଣିଜ ସମ୍ପଦ । ସେପଟେ ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ମନମୁଣ୍ଡା ଓ କଣ୍ଟାମାଳ ବନାଞ୍ଚଳରେ ବ୍ୟାପକ ଗଛକାଟି ମାଫିଆମାନେ ପଥର, ମୋରମ ଓ ମେଟାଲ ଭଳି ସାମଗ୍ରୀ ପ୍ରତ୍ୟେକ ଦିନ ବୋହି ଚାଲିଛନ୍ତି ।

ତେବେ କିଛି ଅସାଧୁ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏସବୁ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି । ସେହିପରି ବର୍ତ୍ତମାନ ପୁରୁଣା କଟକ ରେଞ୍ଜ ଅଧିନରେ ଟ୍ରେଞ୍ଜ ଖୋଳା କାର୍ଯ୍ୟରେ ଅସହାୟ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କୁ ଶ୍ରମିକ ଦର୍ଶାଇ ଆର୍ଥିକ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details