ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ମାଣ୍ଡିଆ ମିଶନ - ବୌଦ୍ଧ ଜିଲ୍ଲାରେ ମିଲେଟ ମିଶନ

ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମିଲେଟ ମିଶନ । ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ଛଅ ଶହ ହେକ୍ଟର ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ମାଣ୍ଡିଆ ମିଶନ
ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ମାଣ୍ଡିଆ ମିଶନ

By

Published : Sep 23, 2022, 10:37 PM IST

ବୌଦ୍ଧ:ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମାଣ୍ଡିଆ ମିଶନ ବା ମିଲେଟ ମିଶନ। ତେବେ ଧାନ ଚାଷ ସହିତ ରବି ଫସଲ ଓ ପନିପରିବା ଚାଷ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୌଦ୍ଧ ଜିଲ୍ଲା । ତେବେ ବର୍ତ୍ତମାନ ପ୍ରଥମଥର ପାଇଁ ଛଅଶହ ହେକ୍ଟର ଜମିରେ ମାଣ୍ଡିଆ ଚାଷ ଆରମ୍ଭ ହୋଇଛି ।

ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ମାଣ୍ଡିଆ ମିଶନ

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ କରାଯାଇଛି ମିଲେଟ ମିଶନ । ଧାନ ଚାଷ ସହିତ ରବି ଫସଲ ଓ ପନିପରିବା ଚାଷ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୌଦ୍ଧ ଜିଲ୍ଲାରେ ମାଣ୍ଡିଆ ଚାଷ ର ଏକ ବିରାଟ ସମ୍ଭାବନା ରହିଛି । ଏଣୁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଛ ଶହ ହେକ୍ଟର ଜମିରେ ପ୍ରଥମଥର ପାଇଁ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଛି । କୃଷି ବିଭାଗର ସହଯୋଗ ତଥା ତିନୋଟି ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ଏହି ମାଣ୍ଡିଆ ଚାଷ ଆରମ୍ଭ ହୋଇ ପାରିଛି । ସୂଚନା ଅନୁଯାୟୀ ଏହି ମାଣ୍ଡିଆ ଉତ୍ପାଦନ ପରେ କେଜି ପ୍ରତି 35-78 ଟଙ୍କାରେ ସରକାର କ୍ରୟ କରି ମହିଳା ଶିଶୁ ବିଭାଗ ଓ ଯୋଗାଣ ବିଭାଗର ଜରିଆରେ ସୁଷମ ଖାଦ୍ୟ ଆକାରରେ ଯୋଗାଣ ହେବ । ତେବେ ମାଣ୍ଡିଆ ଚାଷର ଭବିଷ୍ୟତ କୁନେଇ ଜିଲ୍ଲାର ଚାଷୀମାନେ ମଧ୍ୟ ବେଶ ଆଶାବାଦୀ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମିଳୁନି ସରକାରୀ ସହାୟତା, ଆନ୍ଦୋଳନକୁ ଓହ୍ଲାଇବାକୁ ଶ୍ରମିକ ସଂଗଠନର ସଜବାଜ

ଏନେଇ ମିଲେଟ ମିଶନ ଜିଲ୍ଲା ସଂଯୋଜକ ଦିବ୍ୟଜ୍ୟୋତି ପ୍ରକାଶ କହିଛନ୍ତି, "ମିଲେଟ ମିଶନ ଏକ ବହୁତ ବଡ କାର୍ଯ୍ୟକ୍ରମ ଅଟେ । ଏହି କାର୍ଯ୍ୟକ୍ରମ 19 ଜିଲ୍ଲାରେ ଚାଲିଛି । ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ 3ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ତେବେ ପ୍ରତ୍ୟେକ ବ୍ଲକରେ ଦୁଇ ଶହ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ରହିଛି । ଯେଉଁ ମାଣ୍ଡିଆ ଉତ୍ପାଦନ ହେବ ଏଥିରେ 3ଜଣ ସମାଜସେବୀ ସଂସ୍ଥା ଜଡିତ ଅଛନ୍ତି । ଏହା ଛଡା ଏହାକୁ ଟିଡିସିସି ମାଧ୍ୟମରେ ସରକାର କିଣିବେ । ଏନେଇ ଚାଷୀଙ୍କ ଠାରୁ କେଜି ପ୍ରତି 35 ରୁ 78 ଟଙ୍କାରେ ସରକାର କ୍ରୟ କରି ମହିଳା ଓ ଶିଶୁ ବିଭାଗ ଏବଂ ଯୋଗାଣ ବିଭାଗ ଜରିଆରେ ସୁଷମ ଖାଦ୍ୟ ଆକାରରେ ଯୋଗାଇ ଦିଆଯିବ । ଯାହାଦ୍ବାରା ଅପପୁଷ୍ଟି ସମସ୍ୟା ଦୂରୀଭୂତ ହୋଇପାରିବ ।"

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details