ଓଡିଶା

odisha

ETV Bharat / state

ଲକଡାଉନ୍ ଲାଗୁ, ପୁଣି ଚାଲିଚାଲି ରାଜ୍ୟକୁ ଫେରିଲେ ଶ୍ରମିକ - ଚାଲି ଚାଲି ଶ୍ରମିକ ଫେରିଲେ ନିଜ ରାଜ୍ୟକୁ

କୋରୋନାର ଭୟାବହତା ଓ ଲକଡାଉନ ଯୋଗୁଁ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହୋଇଯାଇଛି । ଶହ ଶହ କିଲୋମିଟର ଚାଲି ନିଜ ଘରକୁ ଫେରୁଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ପାଖରେ କିନ୍ତୁ କୌଣସି ଖୋଜ ଖବର ନାହିଁ । ଅଧିକ ପଢନ୍ତୁ...

ଚାଲି ଚାଲି ଶ୍ରମିକ ଫେରିଲେ ନିଜ ରାଜ୍ୟକୁ
ଚାଲି ଚାଲି ଶ୍ରମିକ ଫେରିଲେ ନିଜ ରାଜ୍ୟକୁ

By

Published : May 7, 2021, 11:00 AM IST

ବୌଦ୍ଧ: କୋରୋନାର ଭୟାବହତା ଓ ଲକଡାଉନ ଯୋଗୁଁ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହୋଇଯାଇଛି । ଶହ ଶହ କିଲୋମିଟର ଚାଲି ନିଜ ଘରକୁ ଫେରୁଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ପାଖରେ କିନ୍ତୁ କୌଣସି ଖୋଜ ଖବର ନାହିଁ । ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି ।

ଚାଲି ଚାଲି ଶ୍ରମିକ ଫେରିଲେ ନିଜ ରାଜ୍ୟକୁ

ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ 128 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନେକ ସ୍ଥାନରେ ଅମାନିଆ ଙ୍କ ଯୋଗୁଁ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି । ସେପଟେ ରାଜ୍ୟ ବାହାରର ଶ୍ରମିକ ଓ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହୋଇସାରିଛି ।

ତେବେ ବୌଦ୍ଧ ଜିଲ୍ଲା ଧଳପୁର ଠାରେ ମହାନଦୀ ସେତୁରେ କାର୍ଯ୍ୟରତ ଝାଡ଼ଖଣ୍ଡର କେତେକ ଶ୍ରମିକ ଲକଡାଉନ୍ ଯୋଗୁଁ ଚାଲି ଚାଲି ସମ୍ବଲପୁର ଫେରିଛନ୍ତି । ସେପଟେ ଏନେଇ ଜିଲ୍ଲା ଶ୍ରମ ବିଭାଗ ନିକଟରେ କୌଣସି ଖବର ନଥିବା ଅତ୍ୟନ୍ତ ଦୁଃଖର କଥା ବୋଲି ଆଲୋଚନା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details