ବୌଦ୍ଧ: କାମ ଧନ୍ଦାର ଅଭାବ ଯୋଗୁଁ ଦାଦନ ଖଟୁଛନ୍ତି ବୌଦ୍ଧ ଜିଲ୍ଲାରଲୋକେ । କଣ୍ଟାମାଳ ବ୍ଲକ ସଦର ମହକୁମାର ଏକ ବସ୍ତି କଲରା କୋଠାରେ ରହୁଥିବା ଡୁଲେଶ୍ବର ଛତ୍ରିଆ କାମ ସନ୍ଧାନରେ ତେଲେଙ୍ଗାନାର ପଇଦାପଲ୍ଲୀ ଅନ୍ତର୍ଗତ ରାଘବପୁରସ୍ଥିତ ଏକ ଇଟା ଭାଟିରେ କାମ କରୁଥିଲେ । ସେଠାରେ ତାଙ୍କ ପ୍ରତି ଅତ୍ୟାଚାର ସାଙ୍ଗକୁ ପାଉଣା ନ ମିଳୁଥିବାରୁ ଡୁଲେଶ୍ବର ଘରକୁ ଫେରିବା ପାଇଁ ଅସହାୟ ଅବସ୍ଥାରେ ଅନାଇ ବସିଛି । ତେବେ ତୁରନ୍ତ ଏହି ପରିବାର ସହ ଅନ୍ୟ ସ୍ଥାନୀୟ ଦାଦନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦାବି କରିଛନ୍ତି ପରିବାର ଲୋକେ ।
ଦାଦନ ଦୁଃଖରେ ଉବୁଟୁବୁ ବୌଦ୍ଧ ଜିଲ୍ଲା, ଉଦ୍ଧାର ପାଇଁ ଦାବି - problem
କଣ୍ଟାମାଳ ବ୍ଲକ ସଦର ମହକୁମାର ଏକ ବସ୍ତି କଲରା କୋଠାରେ ରହୁଥିବା ଡୁଲେଶ୍ବର ଛତ୍ରିଆ କାମ ସନ୍ଧାନରେ ତେଲେଙ୍ଗାନାର ପଇଦାପଲ୍ଲୀ ଅନ୍ତର୍ଗତ ରାଘବପୁରସ୍ଥିତ ଏକ ଇଟା ଭାଟିରେ କାମ କରୁଥିଲେ । ସେଠାରେ ତାଙ୍କ ପ୍ରତି ଅତ୍ୟାଚାର ସାଙ୍ଗକୁ ପାଉଣା ନ ମିଳୁଥିବାରୁ ଡୁଲେଶ୍ବର ଘରକୁ ଫେରିବା ପାଇଁ ଅସହାୟ ଅବସ୍ଥାରେ ଅନାଇ ବସିଛି ।
![ଦାଦନ ଦୁଃଖରେ ଉବୁଟୁବୁ ବୌଦ୍ଧ ଜିଲ୍ଲା, ଉଦ୍ଧାର ପାଇଁ ଦାବି](https://etvbharatimages.akamaized.net/etvbharat/images/768-512-2783290-956-5b4d1e65-6e04-42d9-81dc-ad1da81d2d4a.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ରହିଛନ୍ତି ହଜାର ହଜାର ଆଦିବାସୀ ପରିବାର । ତନ୍ମଧ୍ୟରୁ ଅଧିକାଂଶ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବାରୁ ଜୀବିକା ସନ୍ଧାନରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହୋଇଥାନ୍ତି । ଜିଲ୍ଲାରେ କାମ ଧନ୍ଦାର ଅଭାବ ସାଙ୍ଗକୁ ରାଜନେତାଙ୍କ ଅପାରଗତାକୁ ଏଥି ନିମନ୍ତେ ଦାୟୀ କରାଯାଇଥାଏ । ନିର୍ବାଚନ ସମୟରେ ଏଭଳି ଗରିବ ପରିବାରଙ୍କୁ ବଡ ବଡ ସ୍ବପ୍ନ ରାଜନୈତିକ ବ୍ୟକ୍ତି ଦେଖାଇ ଭୋଟ ଖଣ୍ଡିକ ହାତେଇବା ପରେ ଏମାନେ ଅଲୋଡା ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ