ଓଡିଶା

odisha

ETV Bharat / state

ସରକାରୀ ବାବୁଙ୍କ ଗୁମର ଖୋଲିଲେ ନବ ନିର୍ବାଚିତ ସରପଞ୍ଚ - ବୌଦ୍ଧ ଜିଲ୍ଲାରେ ମନେରେଗା ଯୋଜନାରେ ହେରଫେର

ମନେରେଗା ଯୋଜନାରେ ହେରଫେର କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲାର ନବ ନିର୍ବାଚିତ ସରପଞ୍ଚମାନେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 25, 2019, 6:50 AM IST

ବୌଦ୍ଧ: ସରକାରୀ ବାବୁଙ୍କ ପୋଲ ଖୋଲିଲେ ନବ ନିର୍ବାଚିତ ସରପଞ୍ଚ । ମନେରେଗା ଯୋଜନାରେ ହେରଫେର କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲାର ନବ ନିର୍ବାଚିତ ସରପଞ୍ଚମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ମହକୁମା ଚାରିଛକ ଠାରେ ମଙ୍ଗଳବାର ଏମଜିଏନ ଆରଇଜିଏସ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଡି ସୂର୍ଯ୍ୟ ନାରାୟଣ ଦାସ, ବ୍ଲକ ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ଓ ଅକ୍ରୁର ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ପଞ୍ଚାୟତ ଗୁଡିକରେ କିଭଳି ମନେରେଗା ଯୋଜନା ସଫଳ ରୂପାୟନ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା ।

ତେବେ ହରଭଙ୍ଗା ବ୍ଲକର ଅଧିକାଂଶ ପଞ୍ଚାୟତରେ ଏହି ଯୋଜନା ନିର୍ବାହୀ ଅଧିକାରୀଙ୍କ ମନୋମୁଖି ତଥା ଦୁର୍ନୀତି ଗ୍ରସ୍ତ ଯୋଗୁଁ ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ନବ ନିର୍ବାଚିତ ସରପଞ୍ଚଙ୍କୁ କୌଣସି ବିଷୟରେ ଅବଗତ କରାନଯାଇ ପିଇଓ ଏବଂ ଜେଇ ମିଳିତ ଭାବରେ ସରକାରୀ ଅର୍ଥକୁ ଅସଦ ଉପାୟରେ ବ୍ୟବହାର କରୁଛନ୍ତି । ଏସମ୍ପର୍କରେ କୌଣସି ତଥ୍ୟ ମଧ୍ୟ ସରପଞ୍ଚଙ୍କୁ ପ୍ରଦାନ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details