ଓଡିଶା

odisha

ETV Bharat / state

ନିଯୁକ୍ତି ସୁଯୋଗ ଦେଲା ମନରେଗା, ଦାଦନ ଖଟିରୁ ମିଳିଲା ମୁକ୍ତି

କୋରୋନା କଟକଣା ମଧ୍ୟରେ ଜୀବନର ଗତିପଥ ବଦଳାଇଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ବହୁ ଦାଦନ ଶ୍ରମିକ ନିଜ ଅଞ୍ଚଳରେ କାମ ପାଇ ବେଶ ଆନନ୍ଦିତ । ଅଧିକ ପଢନ୍ତୁ...

By

Published : Mar 31, 2021, 7:06 AM IST

Updated : Mar 31, 2021, 10:09 AM IST

ନିଯୁକ୍ତି ସୁଯୋଗ ଦେଲା ଏମଜିଏନଆରଇଜିଏସ,ଦାଦନ ଖଟି ଯିବାକୁ ପଡୁନି
ନିଯୁକ୍ତି ସୁଯୋଗ ଦେଲା ଏମଜିଏନଆରଇଜିଏସ,ଦାଦନ ଖଟି ଯିବାକୁ ପଡୁନି

ବୌଦ୍ଧ: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ନୂଆ ସମ୍ଭାବନା । କାମ ଧନ୍ଦା ଅଭାବରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଯୁବକଙ୍କୁ ନିଜ ଗାଁରେ ମନରେଗା ମାଧ୍ୟମରେ କାମ ମିଳୁଥିବାରୁ ଶ୍ରମିକ ମାନେ ଆନନ୍ଦିତ ।

ନିଯୁକ୍ତି ସୁଯୋଗ ଦେଲା ମନରେଗା, ଦାଦନ ଖଟିରୁ ମିଳିଲା ମୁକ୍ତି

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଅନ୍ତର୍ଗତ ଓଲଣ୍ଡା ଗାଁରେ । ଓଲଣ୍ଡା ଗ୍ରାମ ନିକଟସ୍ଥ ଆଦିବାସୀ ବସ୍ତି ଠାରୁ ଗିରାସିଙ୍ଗା ପର୍ଯ୍ୟନ୍ତ ଏକ ଗ୍ରାମ୍ୟ ରାସ୍ତାରେ ନିଯୁକ୍ତି ପାଇଛନ୍ତି ଏଭଳି କିଛି ଦାଦନ ଯୁବକ। ବୌଦ୍ଧ ବ୍ଲକ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟ ରେ ସ୍ଥାନୀୟ ଯୁବକଙ୍କ ନିଯୁକ୍ତି ସୃଷ୍ଟି ହୋଇଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଯୁବକଙ୍କ ପାଇଁ ଏହା ବେଶ ଉତ୍ସାହ ଜନକ ହୋଇଛି ।

ଏହାକୁ ନେଇ ସ୍ଥାନୀୟ ଯୁବ ଶ୍ରମିକ ମାନେ ମଧ୍ୟ ବେଶ ଆନନ୍ଦିତ ।ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଯୋଗାଇ ଦେଲେ ସେମାନେ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡିବ ନାହିଁ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 31, 2021, 10:09 AM IST

ABOUT THE AUTHOR

...view details